କୃଷି କ୍ଷେତ୍ରରୁ ସ୍ୱାସ୍ଥ୍ୟନୁକୂଳ ଅମଳ! ଔଷଧର କୁପରିଣାମ ଓ ବ୍ୟବହାର ଦ୍ଵାରା ସ୍ୱାସ୍ଥ୍ୟ ପ୍ରତିହାନି
ରାସାୟନିକ ଔଷଧର କୁପରିଣାମ :
ସାଧାରଣ ଲୋକ ରାସାୟନିକ ଔଷଧର କୁପରିଣାମକୁ ଗୁରୁତ୍ଵ ଦେଉଥିବାବେଳେ ଅସାବଧାନତା ଯୋଗୁଁ ରୋଗପୋକ ଆକ୍ରମଣ ଦ୍ଵାରା ଉତ୍ପନ୍ନ ଫସଲରେ ସୃଷ୍ଟି ହେଉଥିବା ବିଷ ପ୍ରତି ଦୃଷ୍ଟି ଦେଇନଥାନ୍ତି । ଉଦାହରଣସ୍ୱରୂପ ଚିନାବାଦାମ, ଫସଲ। ଠିକ୍ ସମୟରେ ଅମଳ ନକଲେ ଯଦି ମିଟର ଆର୍ଦ୍ରତା ଅଧିକ ରହେ ତେବେ ମଞ୍ଜିକୁ ଆସ୍ପରଜିଲସ ନାମକ ପିମ୍ପି ଆକ୍ରମଣ କରିଥାଏ ଏବଂ ଅଫ୍ ଟକ୍ସିନ ନାମକ ବିଷ ସୃଷ୍ଟି କରିଥାଏ । ସିଝା ବା ଭଜା ଚିନାବାଦାମ ଫଳର ଚୋପା ଛଡାଇ ଖାଉଖାଉ ବେଳେବେଳେ ତେଲିଆ (ଆସ୍ପରଜିଲସ ଆକ୍ରାନ୍ତ) ମଞ୍ଜି ଖାଇଦେଲେ ଖୁବ୍ ଅସ୍ଵାଦ ଲାଗେ । କାଜୁ ବାଦାମରେ ମଧ୍ୟ ଆମେ ଏପରି ତେଲିଆ ମଞ୍ଜି ଦେଖି । ସୁସ୍ଥ ମଞ୍ଜି ଗୁଡିକର ଭିତର ଅଂଶ ଧଳା ଦେଖାଯାଉଥିବାବେଳେ ତେଲିଆ ମଞ୍ଜି ମାଟିଆ ଦେଖାଯାଏ । ଏହି ମଞ୍ଜିଗୁଡିକ ଯେ ଖାଲି ପିତା ଲାଗେ ତା’ ନୁହେଁ । ଏହାର ବିଷକ୍ରିୟା ଯୋଗୁଁ ଅନ୍ତଃନଳୀ ସଂକ୍ରମଣ, ଝାଡ଼ାବାନ୍ତି ଆଦି ସାଧାରଣ ରୋଗଠୁ ଆରମ୍ଭ କରି କର୍କଟ ରୋଗ ମଧ୍ୟ ହୋଇପାରେ । କନ୍ଦମୂଳ ଫସଲ। ଠିକ୍ ସମୟରେ ଅମଳ ନକଲେ ଏକ ପ୍ରକାର ପୋକ ଆକ୍ରମଣ କରେ ଯାହା ଖାଇବା ଅନୁପଯୁକ୍ତ ହୋଇଯାଏ । ଆମେ ଏ ପ୍ରକାର କନ୍ଦ ପିମ୍ପୁଡିଆ ହୋଇଯାଇଛି ବୋଲି କହିଥାଉ । କନ୍ଦମୂଳ ଫସଲରେ କନ୍ଦଗୁଡିକ ମାଟି ଉପକୁ ଆସିଗଲେ ତାହାକୁ ତୁରନ୍ତ ମାଟି ଘୋଡ଼ାଇଦେବା ଆବଶ୍ୟକ: ନଚେତ୍ ସେହି କନ୍ଦଗୁଡିକରେ ପୋକ ଲାଗି ତାହାକୁ ଖାଇବା ଅନୁପଯୁକ୍ତ କରିଦିଅନ୍ତି । ଆଳୁ ମଧ ମାଟି ଉପରକୁ ଆସିଲେ ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସି ସବୁଜ ହୋଇଯାଏ, ଯାହା ସ୍ଵାସ୍ଥ୍ୟ ପାଇଁ ଅନୁକୂଳ ନୁହେଁ । ତେଣୁ ଆଳୁ ଫସଲକୁ ମଝିରେ ମଝିରେ ଯାଞ୍ଚ କରିବା ଆବଶ୍ୟକ ଏବଂ ଦୁଇଥର ହୁଡା ଟେକିବା ସହ ପରବର୍ତ୍ତୀ ସମୟରେ ଉପରକୁ ଦେଖାଯାଉଥିବା ଆଳୁ ଉପରେ ମାଟି ଘୋଡାଇ ଦେବା ଆବଶ୍ୟକ । ଆଖୁ ଫସଲରେ ଅମଳ ପୂର୍ବରୁ କିଛି ଚାଷୀ ଓଜନ ବଢିବା ପାଇଁ ଜଳସେଚନ କରନ୍ତି । ଏହାଦ୍ଵାରା ଆଖୁର ଓଜନ ଡ ବଢେ ନାହିଁ ବରଂ ଆଖୁର ମାନ ହ୍ରାସ ପାଇଥାଏ ।
ବିଭିନ୍ନ ରୋଗ ଓ ପୋକ ଆକ୍ରମଣ କିମ୍ବା ଉପଯୁକ୍ତ ଯତ୍ନ ଅଭାବରୁ ଅମଳ ହେଉଥିବା ଖାଦ୍ୟପଦାର୍ଥ ବିଷାକ୍ତ ଓ ଖାଦ୍ୟ ଅନୁପଯୁକ୍ତ ହୋଇଯାଏ । ଯାହାକି ସ୍ଥଳବିଶେଷରେ ରାସାୟନିକ ପୋକମରା ଔଷଧ ଠାରୁ ମଧ୍ୟ ଅଧିକ କ୍ଷତିକାରକ । ଜୈବିକ ପଦ୍ଧତି ଅନୁସରଣ କରି ରୋଗରେ ପାକ ନିୟନ୍ତ୍ରଣ ପାଇଁ ଆମେ ପ୍ରୟୋଗ କରୁଥିବା ସମସ୍ତ ଗଛର ପତ୍ର ( କିମ୍ବା ଅନ୍ୟ ଅଂଶ) ମଧ୍ୟ ବିପଦମୁକ୍ତ ନ ହୋଇପାରେ: ଏବଂ ଅମଳ ପରେ ମଧ୍ୟ ବିଷର ପ୍ରଭାବ ରହିପାରେ । ରାସାୟନିକ ସାରର ସମୁଚିତ ମାତ୍ରା ଜୈବିକ ଖତ ସହ ମିଶାଇ ଫସଲରେ ପ୍ରୟୋଗ କଲେ ସ୍ଵାସ୍ଥ୍ୟ ପାଇଁ ବିଶେଷ କ୍ଷତିକାରକ ହୋଇନଥାଏ; କିନ୍ତୁ ଖତ ବିନା ରାସାୟନିକ ସାର ପ୍ରୟୋଗ କରିବା ଅନୁଚିତ । ଯବକ୍ଷାରଜାନ ଜନିତ ସାରର ନାଇଟ୍ରେଟ ଶରୀର ବହୁ କ୍ଷତିକାରକ । ଗୋବରଖତ କଣ୍ଟକହୀନ ଲାଜକୁଳି ଗଛର ସବୁଜ ଖତ ପ୍ରଭୃତି ମାତ୍ରାଧୁକ ପ୍ରୟୋଗ କଲେ ମଧ୍ୟ ତାହା ମାଟିରେ ପ୍ରଚୁର ନାଇଟ୍ରେଟ ସୃଷ୍ଟି କରେ ଏବଂ ଗଛ ତାହାକୁ ଗ୍ରହଣ କରିବା ପାଇଁ ଉତ୍ପନ୍ନ ଖାଦ୍ୟରେ ମଧ୍ୟ ନାଇଟ୍ରେଟ ମାତ୍ରା ଅଧିକ ରହିବ । ତେଣୁ ଫସଲର ଆବଶ୍ୟକତା ଅନୁଯାୟୀ ଠିକ୍ ସମୟରେ ଉପଯୁକ୍ତ ପରିମାଣର ଜୈବିକ ଖତ କିମ୍ବା ରାସାୟନିକ ସାର ପ୍ରୟୋଗ କରିବା ଆବଶ୍ୟକ I
କୀଟନାଶକ ଔଷଧ ବ୍ୟବହାର ଦ୍ଵାରା ସ୍ୱାସ୍ଥ୍ୟ ପ୍ରତିହାନି :
ଭାରତରେ କୀଟନାଶକ ଔଷଧ ହେକ୍ଟର ପିଛା ଯେତିକି ପ୍ରୟୋଗ କରାଯାଉଛି। ଅନ୍ୟାନ୍ୟ କେତେକ ଉନ୍ନତ ଦେଶ ତୁଳନାରେ ତାହା ବହୁତ କମ୍ କିନ୍ତୁ। ଚାଷୀମାନେ କୀଟନାଶକର ବ୍ୟବହାର ଠିକ୍ଭାବେ କରୁନଥିବାରୁ ଉତ୍ପାଦିତ ଫସଲରେ କୀଟନାଶକର ବିଷ ରହିଯାଉଛି ଯଦ୍ଵାରା ସ୍ଵାସ୍ଥ୍ୟହାନି କିମ୍ବା ପ୍ରାଣହାନି ହେଉଛି । ଉଦାହରଣ ସ୍ୱରୁପ୍ ବାଇଗଣ ଅମଳର ଅଜ୍ ଦନ ପୂର୍ବରୁ କିଛି ଚାଷୀ ଫୋରେଟ ପର ଦାନାଦାର କୀଟନାଶକ ମଧ୍ୟ ପ୍ରୟୋଗ କରୁଛନ୍ତି ଯାହାକି ୪୦ଦିନ ପର୍ଯ୍ୟନ୍ତ ଗଛକୁ ବିଷାକ୍ତ କରି ରଖିଥାଏ । ଠିକ୍ ସମୟରେ ଉପଯୁକ୍ତ କୀଟନାଶକ ପ୍ରୟୋଗ ନ କଲେ ଏହା ଅମଳ ହେଉଥିବା ଖାଦ୍ୟପଦାର୍ଥରେ ରହିଯାଏ ଓ ସ୍ଵାସ୍ଥ୍ୟହାନି ଘଟାଏ I ସେହିପରି କିଛି ଚାଷୀମାନେ ଅନାବଶ୍ୟକ କୀଟନାଶକ ଔଷଧ ପ୍ରୟୋଗ କରିଥାନ୍ତି । ଯଦ୍ଵାରା ଚାଷୀ କ୍ଷତି ସହିବା ସହିତ ପରିବେଶ ପ୍ରଦୂଷଣ ହୁଏ ଏବଂ ମାଟିରୁ ଜିଆପରି ଉପକାରୀ ଜୀବଙ୍କ ସଂଖ୍ୟା ହ୍ରାସ ପାଏ । ଆଣ୍ଟିବାୟୋଟିକ୍ସର ବ୍ୟବହାର ଧୀରେ ଧୀରେ ବଢୁଥିବାରୁ ମାଟିରେ ଥିବା ଉପକାରୀ ଜୀବାଣୁଙ୍କର ସଂଖ୍ୟା ଆଶାତୀତ ହ୍ରାସ ପାଉଛି ।
ଜୈବିକ କୃଷିକୁ ଗୁରୁତ୍ଵ :
ଜୈବିକ କୃଷିକୁ ଠିକ୍ଭାବେ ଆପଣେଇଲେ ରାସାୟନିକ କୀଟନାଶକର ପ୍ରାଦୁର୍ଭାବ ବହୁତ କମିଯିବ; କିନ୍ତୁ ଆମେ ବୁଝିବା ଆବଶ୍ୟକ ଯେ ଖତ ଓ ସାର ପ୍ରୟୋଗ ନକରି ଚାଷକରିଦେଲେ ତାହାକୁ ଜୈବିକ କୃଷି କୁହାଯାଏନାହିଁ । କନ୍ଧମାଳ ଜିଲାର କେତେକ ଅଞ୍ଚଳରେ ଚାଷୀମାନେ ଜମିରେ କୌଣସି ପ୍ରକାର ରାସାୟନିକ ସାର କିମ୍ବା ଜୈବିକ ଖତ ପ୍ରୟୋଗ କରନ୍ତିନାହିଁ; ଯଦ୍ୱାରା ଅମଳ କମ୍ ବହୁତ ରହୁଛି ଏବଂ ମାଟିର ଉର୍ବରତା ଧୀରେ ଧୀରେ କମିଯାଉଛି । ଜୈବିକ କୃଷି ଏକ ଚାଷ ପ୍ରଣାଳୀ ।
ଖରାଟିଆ ଚାଷ ଉପଯୁକ୍ତ ଫସଲ ପର୍ଯ୍ୟାୟ ଅବଲମ୍ବନ, ମିଶ୍ରିତ ଓ ଅନ୍ତ; ଫସଲ ସବୁଜ ଖତ, ଜିଆଖତ ଜୈବିକ ଔଷଧ ଆଦି ଜୈବିକ କୃଷିର ଗୋଟିଏ ଗୋଟିଏ ଅଙ୍ଗ । ଜୈବିକ କୃଷିର ବିଭିନ୍ନ ଅଙ୍ଗକୁ ଫସଲ ଅନୁସାରେ ଉପଯୁକ୍ତ ଭାବେ ପ୍ରୟୋଗ କଲେ ଜମିରୁ ଉତ୍ପନ୍ନ ଖାଦ୍ୟ ସ୍ଵାସ୍ଥ୍ୟବର୍ଦ୍ଦକ ହେବା ସହିତ ପରିବେଶ ବି ସୁରକ୍ଷିତ ରହିପାରିବ: କିନ୍ତୁ ଖାମଖିଆଲଭାବେ ଜୈବିକ କୃଷିର ପ୍ରୟୋଗ ଆଦୌ ଗ୍ରହଣୀୟ ନୁହେଁ । ବିଷହୀନ ଖାଦ୍ୟ ଉତ୍ତମ ସ୍ଵାସ୍ଥ୍ୟର ଚାବିକାଠି, ଯାହାର ପ୍ରସ୍ତୁତି କୃଷିକ୍ଷେତ୍ରରୁ ଆରମ୍ଭ ହୋଇଥାଏ ।