ଅଫିସ୍ରେ ପଶି ତହସିଲଦାରଙ୍କୁ ମାଡ଼, ଦୁଇ ଚାଷୀ ଅଟକ
ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ତହସିଲଦାରଙ୍କୁ ମାଡ଼ ଅଭିଯୋଗ । ଚାଷୀଙ୍କ ଗୁହାରୀ ନ ଶୁଣିବାରୁ ତାତି ଗଲେ ଚାଷୀ। ଆଉ ଅଫିସ୍ରେ ପଶି ତାଙ୍କୁ ନିର୍ଧୁମ ଛେଚିଲେ। ଏନେଇ ଅଭିଯୋଗ ହେବା ପରେ ପୁଲିସ ଦୁଇ ଚାଷୀଙ୍କୁ ଅଟକ ରଖି ପଚରାଉଚରା କରୁଛି।
ସୂଚନା ଅନୁଯାୟୀ ପଟ୍ଟାମୁଣ୍ଡାଇ ବ୍ଲକ ବଡ଼ମୋହନ ପୁର ପଞ୍ଚାୟତ ର ଏକାଧିକ ଚାଷୀ ନିଜ ଜମି ପାଖରେ ବେଆଇନ ଇଟା ଭାଟି କରିବାକୁ ନେଇ ଅଭିଯୋଗ କରିଥିଲେ । ତେବେ ଗତ ତିନି ଦିନ ପୂର୍ବରୁ ତହସିଲଦାରଙ୍କ କାର୍ୟ୍ୟାଳୟରେ ସମ୍ମୁଖରେ ଧାରଣା ରେ ବସିଥିଲେ ପରେ ତହସିଲଦାର ପ୍ରତିଶ୍ରୁତି ଦେବାରୁ ଧାରଣା ରୁ ଉଠିଥିଲେ ଚାଷୀ । ତେବେ ଗତକାଲି ରାତିରେ ଇଟା ମାଫିଆ ମାନେ ନିଜ ଇଟା ଭାଟି ରେ ନିଆଁ ଦେବାରୁ ଆଜି ଉତ୍ୟକ୍ତ ଚାଷୀ ତହସିଲଦାର ଙ୍କ ନିକଟକୁ ଆସି କେମିତି ନିଆଁ ଦିଆଗଲା ପ୍ରଶ୍ନ କରିଥିଲେ । ଘଟଣା ସ୍ଥଳରେ ଉଭୟ ଙ୍କ ମଧ୍ୟରେ ବଚସା ହେବା ସହିତ ଧସ୍ତାଧସ୍ତି ହୋଇଥିଲା । ଘଟଣା ରେ କଣିପାଳ ଗାଁ ର ନବ ନିର୍ମାଣ କୃଷକ ସଂଘଠନ ଜିଲା ସଂଯୋଜକଦୋଳ ଗୋବିନ୍ଦ ସାହୁ , ଓ ଉଦୟ ଭାନୁ ସାହୁ ମିଳିତ ଭାବେ ତହସିଲଦାର ଙ୍କୁ ଆକ୍ରମଣ କରିଥିଲେ ପରେ ତହସିଲଦାର ଦିଲ୍ଲୀପ ସେଠି ଥାନା ରେ ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ଦୁଇ ଅଭିଯୁକ୍ତ ଙ୍କୁ ଉଠାଇ ଆଣି ଥନା ରେ ଅଟକ ରଖିଛି ।