ଇନ୍ୟୁରାନ୍ସରେ ଅଧିକ ଟଙ୍କା ଦେବାକୁ କହି ଠକେଇ, ବ୍ୟବସାୟୀଙ୍କ ଠାରୁ ଲୁଟିନେଲେ ୨କୋଟି ୩୫ଲକ୍ଷ
ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ସାଇବର ଠକେଇ ବଢି ଚାଲୁଥିବା ବେଳେ ବାରମ୍ବାର ଏହା ଦ୍ୱାରା ଶିକାର ହେଉଛନ୍ତି ସାଧାରଣ ଲୋକ। ଗତକାଲି ମଧ୍ୟ କେଉଁଝରରୁ ଏପରି ଏକ ସାଇବର ଠକେଇ ଘଟଣା ସାମ୍ନାକୁ ଆସିଛି।
ଜଣେ ବ୍ୟବସାୟୀଙ୍କ ଠାରୁ ୨ କୋଟି ୩୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଲୁଟେରା। ଇନ୍ୟୁରାନ୍ସରେ ଅଧିକ ଟଙ୍କା ଦେବାକୁ କହି ଏହି ଠକେଇ ହୋଇଥିବା ଅଭିଯୋଗ ହୋଇଛି। ତେବେ ଘଟଣା ପରେ ସକ୍ରିୟ ହୋଇ ଯାଇଛି ଇଓଡବ୍ଲୁ ଓ ସାଇବର ସେଲ। ଏହାକୁ ନେଇ ତଦନ୍ତ ମଧ୍ୟ ଆରମ୍ଭ ହୋଇଯାଇଛି। କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ। ବର୍ତ୍ତମାନ ଯାହା ଜଣାପଡ଼ିଛି ରାଜ୍ୟରେ ଯେତିକି ଠକେଇ ହୋଇଛି ଏହା ସବୁଠାରୁ ବଡ ସାଇବର ଠକେଇ।