ପୁତ୍ର ସନ୍ତାନର ଜନକ ହେଲେ ହରଭଜନ
ମୁମ୍ବାଇ : ଭାରତୀୟ କ୍ରିକେଟ ଟିମର ପୂର୍ବତନ ଖେଳାଳୀ ହରଭଜନ ସିଂ ଦ୍ୱିତୀୟଥର ପାଇଁ ପୁତ୍ର ସନ୍ତାନର ଜନକ ହୋଇଛନ୍ତି। ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଗୀତା ବସ୍ରା ଶନିବାର ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଏ ନେଇ ସୋସିଆଲ ମିଡିଆରେ ହରଭଜନ ସିଂହ ଶନିବାର ସୂଚନା ଦେଇଛନ୍ତି । ସୋସିଆଲ ମିଡିଆରେ ଏହି ଖୁସି ଖବର ଦେବା ସହିତ କ୍ୟାପସନ୍ରେ ଲେଖିଛନ୍ତି, ‘ପୁତ୍ର ସନ୍ତାନର ଜନକ ହେବାର ଆଶୀର୍ବାଦ ମିଳିଛି । ଭଗବାନଙ୍କୁ ଧନ୍ୟବାଦ। ଭଗବାନଙ୍କୁ ଧନ୍ୟବାଦ।’ ସେହିପରି ଉଭୟ ଶିଶୁ ଏବଂ ମା ସୁସ୍ଥ ଅଛନ୍ତି। ପୁଣିଥରେ ଘରେ ନୂଆ ଅତିଥି ପାଇଁ ମନୋରଞ୍ଜନ ଓ କ୍ରୀଡ଼ାର ତାରକାମାନେ ଏହି ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
Blessed with a Baby boy ???????????? shukar aa Tera maalka ?? pic.twitter.com/dqXOUmuRID
— Harbhajan Turbanator (@harbhajan_singh) July 10, 2021
ହରଭଜନ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ଲେଖା ଅଛି, ‘ଆମକୁ ଏକ ନୂଆ କୁନି ହାତର ସାହାରା ମିଳିଛି, ତାଙ୍କ ଭଲ ପାଇବା ଆମପାଇଁ ସୁନାଠାରୁ ବି ବଡ । ଆମର ହୃଦୟପୂର୍ଣ୍ଣ ଓ ଆମ ପରିବାର ସଂପୂର୍ଣ୍ଣ । ଭଗବାନଙ୍କୁ ଧନ୍ୟବାଦ ସେ ଆମକୁ ଏକ ସୁସ୍ଥ ଶିଶୁପୁତ୍ର ଦେଇଛନ୍ତି। ଉଭୟ ଗୀତା ଓ ଶିଶୁ ସୁସ୍ଥ ଅଛନ୍ତି। ମାର୍ଚ୍ଚ ମାସରେ, ଗୀତା ବସ୍ରା ତାଙ୍କ ଗର୍ଭଧାରଣର ଏକ ଫଟୋ ସେୟାର କରି ପ୍ରଶଂସକମାନଙ୍କୁ ଏକ ଖୁସି ଖବର ଦେଇଥିଲେ। ପୁଅ ଜନ୍ମ ପୂର୍ବରୁ ଏହି ଦମ୍ପତିଙ୍କର ଏକ ପାଞ୍ଚ ବର୍ଷର ଝିଅ ମଧ୍ୟ ଅଛି । ଯାହାର ନାମ ହିନୟା ହିର ପ୍ଲାହା। ହରଭଜନ ଓ ଗୀତାଙ୍କ ବିବାହ ୨୦୧୫ ଅକ୍ଟୋବର ୨୯ରେ ହୋଇଥିଲା ସୂଚନା ଯେ, ହରଭଜନ ଏବଂ ତାଙ୍କ ପତ୍ନୀ ଗୀତାଙ୍କର ପୂର୍ବରୁ ଏକ ଝିଅ (ହିନାୟା) ରହିଛି । ହିନାୟାଙ୍କ ଜନ୍ମ ୨୦୧୬ରେ ହୋଇଥିଲା । ଏବେ ଜୁଲାଇ ୧୦ ଅର୍ଥାତ ଶନିବାର ଆଉ ଏକ ପୁତ୍ର ସନ୍ତାନର ମାତାପିତା ହୋଇଛନ୍ତି ସିଂ ଦମ୍ପତ୍ତି । ହରଭଜନ ଏବଂ ଗୀତାଙ୍କର ବିବାହ ୨୦୧୫ ମସିହା ଅକ୍ଟୋବର ୨୯ ତାରିଖରେ ହୋଇଥିଲା ।