୩୭ ବର୍ଷରେ ପାଦ ଦେଲେ ଦୀପିକା ପାଦୁକୋନ, ଜନ୍ମଦିନର ଶୁଭେଚ୍ଛା
ମୁମ୍ବାଇ : ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନ ଏବେ ୩୭ ବର୍ଷରେ ପାଦ ଦେଇଛନ୍ତି । ୨୦୦୭ ମସିହାରେ ଶାହରୁଖ ଖାନଙ୍କ ସହ ଓମ ଶାନ୍ତି ଓମରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ ଦୀପିକା । ଫିଲ୍ମ ଦୁନିଆକୁ ଦେଖିବାକୁ ଗଲେ ୨୦୦୭ରୁ ଆଜି ଯାଏଁ ଆଉ ପଛକୁ ଚାହିଁ ନାହାନ୍ତି ଦୀପିକା ପାଦୁକୋନ । ନିଜର ଆକର୍ଷଣୀୟ ଲୁକ, ନୃତ୍ୟ ଓ ଅଭିନୟ ପାଇଁ ବେଶ ଚର୍ଚ୍ଚାରେ ଥାନ୍ତି ଦୀପିକା । ଫିଲ୍ମ ଦୁନିଆର ଫ୍ୟାସନ ଆଇକନ ଷ୍ଟାର ରଣବୀର ସିଂଙ୍କୁ ବିବାହ କରିଛନ୍ତି ଦୀପିକା ପାଦୁକୋନ ।
ତେବେ ବଲିଉଡରେ ଫିଲ୍ମ ଓମ ଶାନ୍ତ ଓମ, କକଟେଲ, ୟ ଜୱାନୀ ହେ ଦିୱାନୀ, ଚେନ୍ନାଇ ଏକ୍ସପ୍ରେସ, ରାମ-ଲୀଲା, ପଦ୍ମାବତ, ପିକୁ, ତମାସା, ବାଜିରାଓ ମସ୍ତାନୀ, ଛପାକ,ହାପି ନ୍ୟୁ ୟଅର, ଚାଦିନୀ ଚକ ଟୁ ଚାଇନା, ୮୩ ଭଳି ଅନେକ ଫିଲ୍ମ କରି ପ୍ରଶଂସା ସାଉଁଟିଛନ୍ତି । ମଡନ ହେଉ କି ରାଣୀ ଲୁକ ସବୁଥିରେ ନିଜର ଅଭିନୟର ଜଲୱା ଦେଖାଇଛନ୍ତି ଦୀପିକା । ଆଇଫା, ଫିଲ୍ମ ଫେୟାର, ଜୀ ଆୱାଡ, ବିଗ ଷ୍ଟାର ଆୱାଡ, ଲାଇଫ ଓକେ ସ୍କ୍ରିନ ଭଳି ଅଭିନୟରେ ଅନେକ ଆୱାଡ ପାଇଛନ୍ତି ।
ଆଜି ଦୀପିକାଙ୍କ ଜନ୍ମ ଦିନରେ ଫଠାନ ଷ୍ଟାର ଶାହରୁଖ ଖାନ ତାଙ୍କୁ ଶୁଭେଚ୍ଛା ଦେବା ସହ ଟ୍ୱିଟ କରି ଲେଖିଛନ୍ତି, “ମୋର ପ୍ରିୟ ଦୀପିକା ପାଦୁକୋନ – ପ୍ରତ୍ୟେକ ଅବତାରରେ ପରଦାର ମାଲିକ ହେବା ପାଇଁ ଆପଣ କିପରି ବିକାଶ କରିଛନ୍ତି! ସର୍ବଦା ଗର୍ବିତ ଏବଂ ସର୍ବଦା ନୂତନ ଉଚ୍ଚତା ମାପିବା ପାଇଁ ଇଚ୍ଛା କରନ୍ତି … ଜନ୍ମଦିନର ଶୁଭେଚ୍ଛା … ବହୁତ ପ୍ରେମ । ଆଗକୁ ଦୀପିକାଙ୍କୁ ଶାହରୁଖ ଖାନଙ୍କ ବିପକ୍ଷରେ ଫିଲ୍ମ ‘ପଠାନ’ରେ ଦେଖିବାକୁ ମିଳିବ । ଯାହା ଜାନୁଆରୀ ୨୫ରେ ବଡ ପରଦାରେ ମୁକ୍ତିଲାଭ କରିବ ।