ହେପି ବର୍ଥ ଡେ ବେବୋ ! ୪୧ ବର୍ଷରେ ପଦାର୍ପଣ କଲେ ଅଭିନେତ୍ରୀ କରୀନା
ମୁମ୍ବାଇ : ବଲିଉଡର କପୁର ପରିବାରର ‘ବେବୋ’ ଏବଂ ରୀଲ ଦୁନିଆରେ ‘ପୁ’ କୁହାଯାଉଥିବା କରୀନା କପୁର ଖାନଙ୍କର ଆଜି ଜନ୍ମଦିନ। ଆଜି ସେ ୪୧ ବର୍ଷରେ ପଦାର୍ପଣ କରିଛନ୍ତି । ତଥାପି ବଲିଉଡରେ ନିଜର ନୂଆ ଟ୍ରେଣ୍ଡ ବଜାୟ ରଖିବାରେ ସେ ଅନେକ ଅଭିନେତ୍ରୀଙ୍କୁ ପକାଇ ଦିଅନ୍ତି ପଛରେ । ଅନେକ ବ୍ଲକବ୍ଲଷ୍ଟର ଫିଲ୍ମରେ ନିଜର ସୁନ୍ଦର ଅଭିନୟ କରିଥିବା କରୀନା କପୁର ବଲିଉଡର ଟପ୍ ୫ ହାଇଏଷ୍ଟ ପେଡ୍ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ।
କପୁର ପରିବାରର ହୋଇଥିବା ସତ୍ତ୍ୱେ ମଧ୍ୟ କରୀନା ଫିଲ୍ମକୁ ଆସିବା ପୂର୍ବରୁ ବହୁତ ଷ୍ଟ୍ରଗଲ କରିଛନ୍ତି। କଠିନ ପରିଶ୍ରମ ପରେ ସେ ସଫଳତା ପାଇଛନ୍ତିି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କରୀନା ଧରୁଥିବା ପର୍ସର ମୂଲ୍ୟ ଜଣେ ମଧ୍ୟମ ବର୍ଗର ଲୋକଙ୍କ କାର ଦାମ ସହିତ ସମାନ। ସେହିପରି ବଲିଉଡରେ କରୀନା ନାମ ସହିତ ବହୁତ ଅଭିନେତାଙ୍କ ନାମ ଯୋଡା ଯାଇଛି। ଖବର ଅୁନଯାୟୀ କରୀନା ସୈଫଙ୍କୁ ବାହା ହେବା ପୂର୍ବରୁ ସାହିଦ କପୁରଙ୍କୁ ଭଲ ପାଉଥିଲେ। ସେହିପରି ବଲିଉଡର ଆହୁରି କଳାକାରଙ୍କ ସହିତ ତାଙ୍କ ନାମ ଯୋଡା ଯାଇଛି।
କରୀନା ନିଜର ମାନଦଣ୍ଡ ନିଜେ ସ୍ଥିର କରନ୍ତି । ଏହା ଅନେକ ଥର ଘଟିଛି, କି ଯେତେବେଳେ କରୀନା କିଛି ନୂଆ ଟ୍ରେଣ୍ଡ ଷ୍ଟାର୍ଟ କରନ୍ତି । ଏହା ପରଠୁ ବଲିଉଡରେ ଚାଲେ ସେହି ଟ୍ରେଣ୍ଡ । ଏମିତି କୁହାଯାଏ ବାକି ଅଭିନେତ୍ରୀମାନେ ତାଙ୍କୁ ଅନୁସରଣ କରନ୍ତି । ସେ ସାଇଜ୍ ଜିରୋ ଫିଗର୍ ହେଉ ବା ବ୍ଲଣ୍ଡ କେଶ ସବୁଥିରେ ସେ ରେସ୍ରେ ଆଗୁଆ । ବଲିଉଡରେ ଏମିତି ଅନେକ ଧାରା ସେ ସ୍ଥିର କରିଛନ୍ତି । ଯେତେବେଳେ କରୀନା ଜିରୋ ସାଇଜ୍ ଟ୍ରେଣ୍ଡ କରଥିଲେ, ସେ ବୋଧହୁଏ ଭାବି ନଥିଲେ ଯେ ପ୍ରଶଂସକଙ୍କ ମଧ୍ୟରେ ଏହା କେତେ କ୍ରେଜ୍ ହୋଇଯିବ । କରୀନା ଟସନ ଚଳଚ୍ଚିତ୍ର ପାଇଁ ତାଙ୍କ ଲୁକ୍ ପରିବର୍ତ୍ତନ କଲେ । ଯେଉଁଥିରେ ସେ ବିକିନି ପିନ୍ଧି ସେ ନିଜର ଜିରୋ ସାଇଜ୍ ଫଟୋ ସେୟାର କରିଥିଲେ । ଆଉ ଏହି ଫଟୋ ଦେଖିବା ପରେ ମତୁଆଲା ହୋଇଯାଇଥିଲେ ଦର୍ଶକ । ସୈଫ ଅଲି ଖାନଙ୍କ ସହ କରୀନାଙ୍କର ଥିଲା ଏହା ପ୍ରଥମ ଚଳଚ୍ଚିତ୍ର ଥିଲା । ତେବେ ଏଥିପାଇଁ କରୀନାଙ୍କୁ ବହୁତ ଗାଳି ଶୁଣିବାକୁ ପଡିଥିଲା । ଖବର ଅଛି ଯେ ସେଟରେ ସୁଟିଂ କରିବା ସମୟରେ କରୀନା ଅନେକ ଥର ଦୁର୍ବଳ ହୋଇଯାଇଥିଲେ । ବାସ୍ତବ ଜୀବନରେ ତାଙ୍କର ଏହି ପଦକ୍ଷେପ ଏକ ନୂଆ ଟ୍ରେଣ୍ଡ ସୃଷ୍ଟି କରିଥିଲା । ସେ ଟ୍ରେଣ୍ଡ ଏତେ ପପୁଲାର ଥିଲା ଯେ, ବର୍ତ୍ତମନ ମଧ୍ୟ ତାହା ଚାଲିଆସୁଛି ।