ବନ୍ଦ ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୋଲିସ ତଦନ୍ତ ଜାରି
ଭୁବନେଶ୍ବର : ଭୁବନେଶ୍ବର ପ୍ରାଚୀବିହାର ଅଞ୍ଚଳର ଏକ ବନ୍ଦ ଘରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କଲା ମଞ୍ଚେଶ୍ବର ଥାନା ପୋଲିସ। ମୃତ ଯୁବକଙ୍କ ନା ଦୀପକ ଦାସ। ତାଙ୍କ ଘର କେନ୍ଦ୍ରାପଡ଼ା ରାଜକନିକା ଅଞ୍ଚଳର ବୋଲି ଜଣାପଡିଛି । ସେ ଭୁବନେଶ୍ବରରେ ଘର ଭଡ଼ା ନେଇ ରହି ଏସବିଆଇ ଫାଇନାନ୍ସରେ କାମ କରୁଥିଲେ।
ଗତକାଲି ଦୀପକ ଦୀର୍ଘ ସମୟ ଧରି ତାଙ୍କ ରୁମ କବାଟ ନଖୋଲିବାରୁ ପୋଲିସକୁ ଜଣାଇଥିଲେ ରୁମମେଟ। ପୋଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଯୁବକଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲା। ତେବେ କଣ ପାଇଁ ସେ ଆତ୍ମହତ୍ୟା କଲେ ସେନେଇ କାରଣ ଜଣାପଡିନି। ପୋଲିସର ତଦନ୍ତ ଜାରି ରହିଛି ।