ଭାବିନାଙ୍କ ପାଇଁ ୩ କୋଟି ଟଙ୍କା ପୁରସ୍କାର ଘୋଷଣା କଲେ ଗୁଜରାଟ ସରକାର
ଅହମ୍ମଦାବାଦ : ଟୋକିଓ ପାରାଲିମ୍ପିକ ଖେଳରେ ରବିବାର ଦିନ ଐତିହାସିକ ରୋପ୍ୟ ପଦକ ବିଜେତା ଟେବୁଲ ଟେନିସ ଖେଳାଳି ଭାବିନା ପଟେଲଙ୍କୁ ଗୁଜରାଟ ସରକାର ୩ କୋଟି ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି । ଗୁଜରାଟ ମେହମାଣ ଜିଲ୍ଲା ସୁନ୍ଧିଆ ଗାଁରେ ରହୁଥିବା ଭାବିନା ରବିବାର ଦିନ ନିଜର ପ୍ରଥମ ପାରାଲିମ୍ପିକ ଖେଳରେ ରୋପ୍ୟ ପଦକ ଜିତିଛନ୍ତି । ସେ ଅଲିମ୍ପିକ କିମ୍ବା ପାରାଲିମ୍ପିକରେ ପଦକ ଜିତିଥିବା ପ୍ରଥମ ଟେବୁଲ ଟେନିସ ଖେଳାଳି । ବିଶ୍ୱର ଏକ ନମ୍ବର ଖେଳାଳି ଚୀନର ୟିଙ୍ଗ ଝୋଉଙ୍କ ସହ ଭାବିନା ପଟେଲଙ୍କ ମୁକାବିଲା ହୋଇଥିଲା । ୟିଙ୍ଗ ଝୋଉଙ୍କୁ ଭାବିନା ୦-୩ରେ ପରାସ୍ତ କରିଛନ୍ତି । ଦୀପା ମଲିକ (ରିୟୋ ପାରାଲିମ୍ପିକ, ୨୦୧୬)ଙ୍କ ପରେ ଏହି ଖେଳରେ ପଦକ ଜିତିବାରେ ସେ ଦ୍ୱିତୀୟ ଭାରତୀୟ ମହିଳା ଖେଳାଳି ।
ଗୁଜରାଟ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ସୂଚନା ଦେଇଛି ଯେ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣି ଗୁଜରାଟ ଝିଅ ଭାବିନା ପଟେଲଙ୍କୁ ପାରାଲିମ୍ପିକ ଖେଳରେ ଟେବୁଲ ଟେନିସରେ ଆକର୍ଷଣୀୟ ଉପଲବ୍ଧି ଦ୍ୱାରା ଦେଶକୁ ଗୌରବାନ୍ୱିତ କରିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନିଜ କ୍ରୀଡା କୌଶଳ ଦ୍ୱାରା ଗୁଜରାଟ ଓ ଭାରତକୁ ବିଶ୍ୱ ସ୍ତରରେ ଗୌରବାନ୍ୱିତ କରିଥିବାରୁ ରାଜ୍ୟ ସରକାରଙ୍କ ‘ଦିବ୍ୟାଙ୍ଗ ଖେଳ ପ୍ରତିଭା ପ୍ରୋତ୍ସାହନ ପୁରସ୍କାର ଯୋଜନା’ ଅନୁସାରେ ଭାବିନା ପଟେଲଙ୍କୁ ପ୍ରୋତ୍ସାହନ ଭାବେ ୩ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି । ବର୍ଷେ ବୟସରୁ ପୋଲିଓର ଶିକାର ହୋଇଥିବା ଦୁଇଥର ସ୍ୱର୍ଣ୍ଣ ପଦକ ବିଜେତା ୟିଙ୍ଗ ଝୋଉ ୧୯ ମିନିଟରେ ୭-୧୧, ୫-୧୧, ୬-୧୧ ରେ ପରାସ୍ତ ହୋଇଥିଲେ । ଭାବିନା ପଟେଲ ପାରାଲିମ୍ପିକ ଖେଳରେ ପ୍ରଥମ ପଦକ ଜିତିବାରେ ସଫଳ ହୋଇଛନ୍ତି ।