ପେନସନଭୋଗୀଙ୍କ ପାଇଁ ବଡ଼ ଖବର ! ସରକାର ବଢ଼ାଇଲେ ରାଶି, ବର୍ତ୍ତମାନ ଏହି ଲୋକମାନେ ପାଇବେ ଅଧିକ ଟଙ୍କା
ନୂଆଦିଲ୍ଲୀ : ଚାକିରି କରୁଥିବା ଲୋକଙ୍କ ପାଇଁ ଏକ ବଡ଼ ଖବର ଅଛି । ଯଦି ଆପଣ ମଧ୍ୟ ଚାକିରି କରୁଛନ୍ତି ଓ ଅଧିକ ପେନସନ ପାଇବାକୁ ଚାହାଁନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଆସିଛି । ସମୟ ସମୟରେ ଅଧିକ ପେନସନ୍ ପାଇବାର ବିକଳ୍ପ କେନ୍ଦ୍ର ସରକାରଙ୍କ ଦ୍ୱାରା କର୍ମଚାରୀମାନଙ୍କୁ ଦିଆଯାଏ । ବର୍ତ୍ତମାନ ଆପଣଙ୍କର ପୂର୍ବ ଅପେକ୍ଷା ଅଧିକ ପେନସନ ପାଇବା ପାଇଁ ଏକ ସୁଯୋଗ ଅଛି । ଏହା ପାଇଁ ଆବେଦନ କରିବାକୁ ଆପଣଙ୍କ ପାଖରେ ମାତ୍ର ଏକ ମାସ ବାକି ଅଛି । ଆଜ୍ଞା ହଁ, ଯଦି ଆପଣ ମେ ୩ ପର୍ଯ୍ୟନ୍ତ ଆବେଦନ ନକରନ୍ତି, ତେବେ ଆପଣ ବର୍ଦ୍ଧିତ ପେନସନ ପାଇବେ ନାହିଁ ।
ଏହାପୂର୍ବରୁ ମାର୍ଚ୍ଚ ୩, ୨୦୨୩ ଅଧିକ ପେନ୍ସନ୍ ଚୟନ କରିବାର ଶେଷ ତାରିଖ ଥିଲା । ବର୍ତ୍ତମାନ କର୍ମଚାରୀ ପେନସନ୍ ସ୍କିମ୍ ଅଧୀନରେ ଯେଉଁମାନେ ୨୦୧୪ ମସିହା ପରେ ଆକାଉଣ୍ଟ ଖୋଲିଛନ୍ତି, ସେମାନେ ମଧ୍ୟ ଅଧିକ ପେନସନ ପାଇବେ । ସୁପ୍ରିମକୋର୍ଟଙ୍କ ଆଦେଶ ପରେ ସରକାର ଏହାକୁ ଅନୁମୋଦନ କରିଛନ୍ତି । ବର୍ତ୍ତମାନ ଇପିଏଫଓ ଅଧିକ ପେନସନର ବିକଳ୍ପ ବାଛିବା ପାଇଁ ରାସ୍ତା ଖୋଲିଛି, ଯେଉଁଠାରେ ଅନଲାଇନ୍ ଆବେଦନ କରାଯାଇପାରିବ । କର୍ମଚାରୀଙ୍କ ଆବେଦନ ପାଇଁ ଅଧିକ ସମୟ ନାହିଁ, ସେମାନଙ୍କୁ ମେ ୩ ମଧ୍ୟରେ ଆବେଦନ କରିବାକୁ ପଡ଼ିବ ।
ଅଧିକ ପେନସନ୍ ଦାବି କରୁଥିବା କର୍ମଚାରୀ ଓ ନିଯୁକ୍ତିଦାତାଙ୍କ ପାଇଁ ମିଳିତ ବିକଳ୍ପ ପ୍ରବର୍ତ୍ତନ ପାଇଁ ସୁପ୍ରିମକୋର୍ଟର ମାର୍ଚ୍ଚ ୪ ତାରିଖର ଡେଡଲାଇନ୍ ଶେଷ ହେବାକୁ ଯାଉଥିଲା । ବର୍ତ୍ତମାନ ଇପିଏଫ୍ଓ ଏହି ସମୟ ସୀମାକୁ ମେ ୩ ତାରିଖ କରିଦେଇଛି । ସେପଟେ କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ଇପିଏଫ୍ଓ କୁ ଏକ ଚିଠି ଲେଖି ଏହାକୁ ଶୀଘ୍ର ଶେଷ କରିବାକୁ କହିଥିଲେ । ଯାହାଫଳରେ ଯେଉଁମାନେ ଅଧିକ ବେତନ ଆଧାରରେ ଅଧିକ ପେନସନ୍ ଦାବି କରିବାକୁ ଚାହାଁନ୍ତି, ସେମାନେ ଏହି ବିକଳ୍ପର ଲାଭ ପାଇପାରିବେ ।
କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ଇପିଏଫ୍ଓକୁ ସେପ୍ଟେମ୍ବର ୧ ୨୦୧୪ ପରେ ଅବସର ଗ୍ରହଣ କରୁଥିବା ଓ ବର୍ତ୍ତମାନର କର୍ମଚାରୀଙ୍କ ପେନସନ୍ ସ୍କିମର ସଦସ୍ୟଙ୍କ ପାଇଁ ମିଳିତ ବିକଳ୍ପ ଦାଖଲ ପ୍ରକ୍ରିୟାକୁ ସ୍ପଷ୍ଟ କରିବାକୁ କହିଛି । ଅଧିକାରୀଙ୍କ କହିବାନୁସାରେ, ଆମେ ଆଶା କରୁଛୁ ଇପିଏଫ୍ଓ ଏହି ସପ୍ତାହରେ ପ୍ରକ୍ରିୟା ସହିତ ଏକ ସର୍କୁଲାର ଜାରି କରିବ । ମନ୍ତ୍ରଣାଳୟ ମଧ୍ୟ ସେପ୍ଟେମ୍ବର ୧, ୨୦୧୪ ପୂର୍ବରୁ ଓ ପରେ ଅବସର ଗ୍ରହଣ କରୁଥିବା ଓ ବିଦ୍ୟମାନ ଇପିଏସ୍ ଗ୍ରାହକଙ୍କ ପ୍ରକ୍ରିୟା ବିଷୟରେ ସ୍ପଷ୍ଟ ହେବାକୁ EPFO କୁ କହିଛି ।
ସେପଟେ ଇପିଏଫଓ କହିଛି ଯେ, ଉଚ୍ଚ ଭବିଷ୍ୟତ ନିଧି ପେନସନ୍ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଆସିଛି । ଏହି ନିଷ୍ପତ୍ତି ଅନୁଯାୟୀ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଅଧିକ ପେନସନ୍ ଦେବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଇପିଏଫଓ ଡିସେମ୍ବର ୨୯ରେ ଏକ ସର୍କୁଲାର ଜାରି କରିଥିଲା । ଏହି ସର୍କୁଲାରରେ ନଭେମ୍ବରରେ ସୁପ୍ରିମକୋର୍ଟଦେଇଥିବା ନିର୍ଦ୍ଦେଶ ପରେ କିଛି ପେନସନଭୋଗୀଙ୍କୁ ଅଧିକ ପେନସନ୍ ପ୍ରଦାନ କରିବାକୁ ଇପିଏଫ୍ ନିଷ୍ପତ୍ତି ନେଇଛି ।
ଏହି ସର୍କୁଲାରରେ ଇପିଏଫ୍ଓ କହିଛି ଯେ, ଅଗଷ୍ଟ ୩୧, ୨୦୧୪ ପର୍ଯ୍ୟନ୍ତ ଅବସର ନେଇଥିବା ପେନସନଭୋଗୀଙ୍କୁ ଏହାର ସୁବିଧା ଦିଆଯିବ ନାହିଁ । ସେପ୍ଟେମ୍ବର ୧, ୨୦୧୪ରେ କିମ୍ବା ଏହା ପରେ EPS ସହିତ ଜଡ଼ିତ ଲୋକମାନଙ୍କୁ ଅଧିକ ପେନସନ ପାଇବା ପାଇଁ ବିକଳ୍ପ ଦିଆଯିବ ।