ଆରୋଜ ଆଫଟାବଙ୍କୁ ଗ୍ରାମମିସ୍-୨୦୨୨ ପୁରସ୍କାର, ପ୍ରଥମ ପାକିସ୍ତାନୀ ମହିଳା ଭାବେ ହାସଲ କଲେ ଟ୍ରଫି
ଲାସ୍ ଭେଗାସ୍ : ପାକିସ୍ତାନୀ ଗାୟକ ଅରୋଜ ଆଫଟାବ ତାଙ୍କର ପ୍ରଥମ ଗ୍ରାମ୍ ପୁରସ୍କାର ପାଇଁ ଇତିହାସ ସୃଷ୍ଟି କରିଛନ୍ତି । ଏହି ବିଜୟ ପାକିସ୍ତାନ ପାଇଁ ସ୍ୱତନ୍ତ୍ର। କାରଣ ଆରୋଜ ପ୍ରଥମ ପାକିସ୍ତାନୀ ମହିଳା ଯିଏକି ସମ୍ମାନଜନକ ଗ୍ରାମମିସ୍ ଟ୍ରଫି ପାଇଛନ୍ତି ।
ଶ୍ରେଷ୍ଠ ଗ୍ଲୋବାଲ୍ ପରଫରମାନ୍ସ ବର୍ଗରେ ଅରୋଜ ତାଙ୍କ ଗୀତ “ମୋହାବତ୍” ପାଇଁ ଏହି ପୁରସ୍କାର ଜିତିଛନ୍ତି । ୨୦୦୫ ରେ ବର୍କଲି ମ୍ୟୁଜିକ୍ କଲେଜରେ ସଙ୍ଗୀତ ଅଧ୍ୟୟନ ପାଇଁ ଆଫଟାବ୍ ଆମେରିକା ଯାଇଥିଲେ । ସେ ୨୦୧୪ ରେ ତାଙ୍କର ପ୍ରଥମ ଆଲବମ୍ ‘ବାର୍ଡ ଅଣ୍ଡର ୱାଟର୍’ ରିଲିଜ୍ କରିଥିଲେ। ବାସ୍ତବରେ ତାଙ୍କର ଟ୍ରାକ୍ “ମୋହାବତ୍” ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ବାର୍ଷିକ ସମର ପ୍ଲେଲିଷ୍ଟକୁ ମଧ୍ୟ ଯାଇଥିଲା।