ଖୁସି ଖବର! ଏହି ଦିନ ଆସିବ ପିଏମ କିସାନର ଏକାଦଶ କିସ୍ତି, ଜାଣି ରଖନ୍ତୁ ତାରିଖ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା (ପିଏମ କିସାନ ଯୋଜନା) ଅଧୀନରେ କେନ୍ଦ୍ର ସରକାର ବାର୍ଷିକ ୬ ହଜାର ଟଙ୍କା ଦେଶର କୋଟି କୋଟି ଚାଷୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରୁଛନ୍ତି । ନୂତନ ବର୍ଷରେ, ପ୍ରଧାନମନ୍ତ୍ରୀ କିସାନ ଯୋଜନା ଅଧୀନରେ ସରକାର ଦଶମ କିସ୍ତିର ୨୦୦୦ ଟଙ୍କା କୃଷକଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରି ସାରିଛନ୍ତି ।
କିନ୍ତୁ ବର୍ତ୍ତମାନ କିଛି କୃଷକ ଅଛନ୍ତି ଯେଉଁମାନେ ଏହି ସରକାରଙ୍କ ଦ୍ୱାରା ପରିଚାଳିତ ଏହି ସୁବିଧା ସୁଯୋଗର ଲାଭ ଉଠାଇବାକୁ ସକ୍ଷମ ନୁହଁନ୍ତି । ଯଦି ଆପଣ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ, ତେବେ କହି ରଖୁଛୁ ଯେ ଶୀଘ୍ର ସରକାର ଏକାଦଶ କିସ୍ତି ପାଇଁ ଟଙ୍କା ରିଲିଜ କରିବାକୁ ଯାଉଛନ୍ତି । ଏକାଦଶ କିସ୍ତିର ଲାଭ ଉଠାଇବାକୁ, ଆପଣଙ୍କୁ ତୁରନ୍ତ ରେଜିଷ୍ଟ୍ରେସନ କରିବାକୁ ପଡିବ ।
ଏହି ସବୁ ମାସରେ ଆସେ ପିଏମ କିସାନର କିସ୍ତି :
ପ୍ରତ୍ୟେକ ଆର୍ଥିକ ବର୍ଷରେ ପ୍ରଥମ କିସ୍ତି ୧ ଏପ୍ରିଲରୁ ୩୧ ଜୁଲାଇ ପର୍ଯ୍ୟନ୍ତ, ଦ୍ୱିତୀୟ କିସ୍ତି ୧ ଅଗଷ୍ଟରୁ ୩୦ ନଭେମ୍ବର ଏବଂ ତୃତୀୟ କିସ୍ତି ୧ ଡିସେମ୍ବରରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଆସିଥାଏ । ସମସ୍ତ କିସ୍ତି ଟଙ୍କା ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୁଏ ।
ଅନଲାଇନ୍ ରେଜିଷ୍ଟ୍ରେସନ ପ୍ରକ୍ରିୟା :
ଏହି ଯୋଜନାରେ ରେଜିଷ୍ଟ୍ରେସନ କରିବା ବହୁତ ସହଜ । ଆପଣ ଅନଲାଇନରେ ଘରେ ବସି ଏହି ପ୍ରକ୍ରିୟା ସମାପ୍ତ କରିପାରିବେ । ଏହା ବ୍ୟତୀତ ଆପଣ ଏହି ଯୋଜନା ପାଇଁ ପଞ୍ଚାୟତ ସଚିବ କିମ୍ବା ସ୍ଥାନୀୟ ସାଧାରଣ ସେବା କେନ୍ଦ୍ର ମାଧ୍ୟମରେ ଆବେଦନ କରିପାରିବେ । ଏହା ବ୍ୟତୀତ, ଆପଣ ଏହି ଯୋଜନା ପାଇଁ ନିଜେ ମଧ୍ୟ ରେଜିଷ୍ଟ୍ରେସନ କରିପାରିବେ ।
ଏହି ତ୍ରୁଟି ଯୋଗୁଁ ଟଙ୍କା ଅଟକିଯାଇଥାଏ ଟଙ୍କା :
ବେଳେବେଳେ ସରକାରଙ୍କଠାରୁ କୃଷକଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୁଏ, କିନ୍ତୁ ଏହା କୃଷକଙ୍କ ଆକାଉଣ୍ଟରେ ପହଞ୍ଚେ ନାହିଁ । ଏହାର ମୁଖ୍ୟ କାରଣ ଆପଣଙ୍କ ଆଧାର, ଆକାଉଣ୍ଟ ନମ୍ବର ଏବଂ ବ୍ୟାଙ୍କ ଆକାଉଣ୍ଟ ନମ୍ବରରେ ଭୁଲ ହୋଇପାରେ ।