ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର! ୟୁଜିସି କଲା ଏହି ବଡ଼ ଘୋଷଣା
ନୂଆଦିଲ୍ଲୀ : ଛାତ୍ରଛାତ୍ରୀମାନଙ୍କୁ ଶାରୀରିକ ବା ଫିଜିକାଲ୍ ମୋଡରେ ଏକକାଳୀନ ଦୁଇଟି ପୂର୍ଣ୍ଣକାଳୀନ ଡିଗ୍ରୀ ପ୍ରୋଗ୍ରାମ କରିବାକୁ ଅନୁମତି ଦେବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ନିଷ୍ପତ୍ତି ନେଇଛି । ୟୁଜିସି ଅଧ୍ୟକ୍ଷ ଜଗଦୀଶ କୁମାର କହିଛନ୍ତି ଯେ, ଛାତ୍ରମାନେ ସମାନ ବିଶ୍ୱବିଦ୍ୟାଳୟରୁ କିମ୍ବା ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ଏକକାଳୀନ ଦୁଇଟି ଡିଗ୍ରୀ ପ୍ରୋଗ୍ରାମ କରିପାରିବେ । ପୂର୍ବରୁ ଛାତ୍ରମାନଙ୍କୁ କେବଳ ଗୋଟିଏ ସ୍ନାତକ କାର୍ଯ୍ୟକ୍ରମ କରିବାକୁ ଅନୁମତି ଦିଆଯାଇଥିଲା । ଏହି ନିଷ୍ପତ୍ତି ଛାତ୍ରମାନଙ୍କୁ ଗୋଟିଏ ସ୍ଥାନରୁ ହିଁ କିମ୍ବା ଅନ୍ୟ ଅନୁଷ୍ଠାନରେ ବିଭିନ୍ନ ଅଧ୍ୟାପକଙ୍କ ଠାରୁ ଏକାଧିକ ବିଷୟ ଅଧ୍ୟୟନ କରିବାକୁ ଏକ ସୁଯୋଗ ପ୍ରଦାନ କରିବ । ଆୟୋଗ ଦ୍ୱାରା ଅନୁମୋଦିତ ନୂତନ ନିର୍ଦ୍ଦେଶାବଳୀରେ ଦର୍ଶାଯାଇଛି ଯେ ଜଣେ ଛାତ୍ର ଏକ ସମୟରେ ଦୁଇଟି କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିବେ । କିନ୍ତୁ ସମୟ ଅଲଗା ଅଲଗା ହେବା ଆବଶ୍ୟକ । ଗୋଟିଏରୁ କିମ୍ବା ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ କରିପାରିବେ । ଯେଉଁଥି ପାଇଁ ଉପସ୍ଥାନ ବିଶ୍ୱବିଦ୍ୟାଳୟ ଦ୍ୱାରା ସ୍ଥିର କରାଯିବ ।
ସେହିପରି କୌଣସି ବିଶ୍ୱବିଦ୍ୟାଳୟ ଏହି ନିର୍ଦ୍ଦେଶାବଳୀ ଗ୍ରହଣ କରିବା ବାଧ୍ୟତାମୂଳକ ନୁହେଁ, କିନ୍ତୁ ଅଧିକରୁ ଅଧିକ ଅନୁଷ୍ଠାନ ଛାତ୍ରଛାତ୍ରୀଙ୍କୁ ଏକାସାଙ୍ଗରେ ଦୁଇ ଡିଗ୍ରୀ ହାସଲ କରିବାକୁ ଅନୁମତି ଦେବେ ବୋଲି ସେ ଆଶା କରୁଛନ୍ତି । ସେ ଆଗକୁ କହିଛନ୍ତି ଯେ, ନିର୍ଦ୍ଦେଶାବଳୀ ବିଶ୍ୱବିଦ୍ୟାଳୟ ଓ ସଂସ୍ଥାକୁ ପଠାଯିବା ପରେ ସେମାନେ ଏହାକୁ ନିଜ ପଦ୍ଧତିରେ ଗ୍ରହଣ କରିବାକୁ ସ୍ୱତନ୍ତ୍ର ହେବେ । ଅନଲାଇନ୍ ମୋଡରେ ଅସୀମିତ ସିଟ୍ ରହିବ, ବିଶ୍ୱବିଦ୍ୟାଳୟ ଉପରେ କୌଣସି ଚାପ ରହିବ ନାହିଁ । ଅନଲାଇନ୍ ଡିଗ୍ରୀ ପାଇଁ କୌଣସି ପ୍ରବେଶିକା ପରୀକ୍ଷା ହେବ ନାହିଁ ।
ୟୁଜିସି ଅଧ୍ୟକ୍ଷ କହିଛନ୍ତି ଯେ, ଉଭୟ ଫିଜିକାଲ୍ ଓ ଅନଲାଇନ୍ ମୋଡ୍ ଗୁରୁତ୍ୱପୂର୍ଣ୍ଣ । ଆମର ଦୃଷ୍ଟିକୋଣ ଏହା ହେଉଛି କି ଫିଜିକାଲ୍ ପାଇଁ ଆମେ ସୀମିତ ସିଟ୍ କାରଣରୁ କେବଳ ୪-୫ ପ୍ରତିଶତ ଛାତ୍ରଙ୍କୁ ପ୍ରବେଶ ପ୍ରଦାନ କରୁ, ଏହା ଦ୍ୱାରା ବିଶ୍ୱବିଦ୍ୟାଳୟଗୁଡ଼ିକୁ ଅଧିକରୁ ଅଧିକ ଅଧିକାର ପ୍ରାପ୍ତ ହୋଇପାରିବ ।