ମୁମ୍ବାଇ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର! ଦଳରେ ଯୋଗ ଦେବେ ସୂର୍ଯ୍ୟକୁମାର
ମୁମ୍ବାଇ : ମୁମ୍ବାଇ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଦଳକୁ ଫେରି ପାରନ୍ତି ବ୍ୟାଟର ସୂର୍ଯ୍ୟକୁମାର ଯାଦବ । ଲଗାତାର ୩ଟି ପରାଜୟ ପରେ ସଂଘର୍ଷ କରୁଛୁ ଏବେ ମୁମ୍ବାଇ ଇଣ୍ଡିଆନ୍ସ । ମୁମ୍ବାଇ ପଲଟନର ସବୁଠାରୁ ଭରସାଯୋଗ୍ୟ ବ୍ୟାଟର ତଥା ଟି-୨୦ ଫର୍ମାଟର ସର୍ବଶ୍ରେଷ୍ଠ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ସୁସ୍ଥ ହୋଇ ପୁଣିଥରେ ମଇଦାନକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି । ଖୁବଶୀଘ୍ର ଦେଖିବାକୁ ମିଳିବ ତାଙ୍କୁ ପଡ଼ିଆରେ ।
ସୂର୍ଯ୍ୟକୁମାର ଯାଦବଙ୍କୁ ସୁସ୍ଥ ବୋଲି ଘୋଷଣା କରିଛି ନେସନାଲ କ୍ରିକେଟ ଏକାଡେମୀ । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଆହତ ହୋଇ ୩ ମାସରୁ ଅଧିକ ଦିନ ପର୍ଯ୍ୟନ୍ତ କ୍ରିକେଟରୁ ଦୂରେଇ ରହିଥିଲେ ସୂର୍ଯ୍ୟକୁମାର । କିନ୍ତୁ ବର୍ତ୍ତମାନ ଆଇପିଏଲ ଖେଳିବା ପାଇଁ ସେ ସମ୍ପୂର୍ଣ୍ଣ ଫିଟ ରହିଛନ୍ତି ।
ସୂଚନା ଯେ, ଆଇପିଏଲ ପୂର୍ବରୁ ହୋଇଥିବା ଫିଟନେସ ଟେଷ୍ଟରେ ସେ ଶତ ପ୍ରତିଶତ ସୁସ୍ଥ ଅନୁଭବ କରୁ ନଥିଲେ । ତେଣୁ ଆଉ କିଛି ଦିନ ଅପେକ୍ଷା କରିବାକୁ ତାଙ୍କୁ କୁହାଯାଇଥିଲା । ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ସମୟରେ ଫିଲ୍ଡିଂ କରୁଥିବା ବେଳେ ଆହତ ହୋଇଥିଲେ ସୂର୍ଯ୍ୟକୁମାର ଯାଦବ । ଏହାପରେ ତାଙ୍କର ସ୍ପୋର୍ଟସ ହାର୍ଣ୍ଣିଆ ସର୍ଜରୀ କରାଯାଇଥିଲା । ଯାହା ଫଳରେ ଆଫଗାନିସ୍ତାନ ବିପକ୍ଷ ସିରିଜରୁ ସେ ବାଦ୍ ପଡ଼ିବା ସହ ଆଇପିଏଲର ପ୍ରଥମ ୩ଟି ମ୍ୟାଚରୁ ମଧ୍ୟ ବାଦ୍ ପଡ଼ିଛନ୍ତି ।