କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର : ଭାରତରେ ଖେଳାଯିବ ଆଇପିଏଲର ପଞ୍ଚଦଶ ସଂସ୍କରଣ
ହାଇଦ୍ରାବାଦ : କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ଭାରତରେ ଖେଳାଯିବ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ପଞ୍ଚଦଶ ସଂସ୍କରଣ । ଏନେଇ ବିସିସିଆଇ ସମ୍ପାଦକ ଜୟ ଶାହ ସୂଚନା ଦେଇଛନ୍ତି । ଆଇପିଏଲ ୨୦୨୧ରେ ଚେନ୍ନାଇ ସୁପର କିଙ୍ଗ୍ସର ବିଜୟ ସେଲିବ୍ରେସନ କରିବାକୁ ଚେନ୍ନାଇରେ ଆୟୋଜିତ କାର୍ଯ୍ୟକ୍ରମ ‘ଦ ଚମ୍ପିଆନ୍ସ କଲ୍’ ଏହା କହିଛନ୍ତି ଶାହ । ଯାହା ଦେଶର ଅଗଣିତ କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର ହୋଇଛି ।
ଫ୍ୟାନ୍ସଙ୍କ ଉଦ୍ଦେଶ୍ୟରେ ଶାହ କହିଛନ୍ତି, “Iଆଇପିଏଲର ୧୫ତମ ସଂସ୍କରଣ ଭାରତରେ ଖେଳାଯିବ । ନୂଆ ଦୁଇଟି ଟିମ ସାମିଲ ହେଉଥିବାରୁ ଅଧିକ ଉତ୍ସାହଜନକ ହେବ । ସିଏସକେ ଚେପକ୍ ଷ୍ଟାଡିୟମରେ ଖେଳୁ ବୋଲି ଫ୍ୟାନ୍ସ ଚାହାନ୍ତି । ଆଗକୁ ମେଗା ନିଲାମ ରହିଛି । ଫଳରେ ଟିମ ଗୁଡିକ ନୂଆ ସମୀକରଣରେ ନଜର ଆସିବାକୁ ଥିବାରୁ ଅଧିକ ଉତ୍ସାହ ରହିଛି ।” ଅକ୍ଟୋବରରେ ଜାତୀୟ କ୍ରିକେଟ ବୋର୍ଡ ୨୦୨୨ ସଂସ୍କରଣର ଆଇପିଏଲରେ ଲକ୍ଷ୍ନୌ ଓ ଅହମ୍ମଦାବାଦ ଫ୍ରାଞ୍ଚାଇଜ ସାମଲ ହେବାକୁ ଯାଉଥିବା ଘୋଷଣା କରିଥିଲା । ଫଳରେ ୧୦ ଟିମ ବିଶିଷ୍ଟ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ସଂସ୍କରଣ ହେବ । ୨୦୨୧ ସଂସ୍କରଣର ଆଇପିଏଲ ଭାରତରେ ଆରମ୍ଭ ହୋଇଥିଲା । ମାତ୍ର ଅଂଶଗ୍ରହଣ ଫ୍ରାଞ୍ଚାଇଜ କ୍ୟାମ୍ପ୍ରେ ଏକାଧିକ କୋଭିଡ଼-୧୯ ମାମଲା ସାମ୍ନାକୁ ଆସିବା ପରେ ଟୁର୍ଣ୍ଣାମେଣ୍ଟ ୟୁଏଇକୁ ସ୍ଥାନାନ୍ତର ହୋଇଥିଲା ।