କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର! ବଢିଲା ମହଙ୍ଗା ଭତ୍ତା ୧୪ % ବୃଦ୍ଧି
ନୂଆଦିଲ୍ଲୀ : କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର। ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି କରିଛନ୍ତି । ନୂଆ ଘୋଷଣା ପରେ କର୍ମଚାରୀଙ୍କ ଡିଏରେ ୧୪ % ବୃଦ୍ଧି ହୋଇଛି। ଫେବ୍ରୁଆରୀ ୧ରେ ବଜେଟ ଉପସ୍ଥାପନ ହେବା ସହ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ଏକ ବଡ ଉପହାର ମିଳିଛି ।
କର୍ମଚାରୀଙ୍କ ଡିଏ ବଢିବା ପରେ ସମସ୍ତଙ୍କ ଦରମାରେ ମୋଟ ଅଙ୍କର ବୃଦ୍ଧି ହେବ । ତେବେ ଏହି ଘୋଷଣା କେବଳ ସେଣ୍ଟ୍ରାଲ୍ ପବ୍ଲିକ୍ ସେକ୍ଟର ଏଣ୍ଟରପ୍ରାଇଜେସ୍ (ସିପିଏସ୍ଇଏସ)ର କର୍ମଚାରୀଙ୍କ ପାଇଁ କରାଯାଇଛି । ଜାନୁଆରୀ ଶେଷରେ ଏହି କର୍ମଚାରୀଙ୍କ ଡିଏରେ ସଂଶୋଧନ କରାଯାଇଛି । ସୂଚନାଯୋଗ୍ୟ, ପୂର୍ବରୁ ଏହି କର୍ମଚାରୀଙ୍କୁ ୧୭୦.୫ ପ୍ରତିଶତ ହାରରେ ଡିଏ ମିଳୁଥିବା ବେଳେ ଏବେ ଏହା ୧୮୪.୧ ପ୍ରତିଶତ ହୋଇଛି । ପୂର୍ବରୁ ସିପିଏସଇଏସରେ କର୍ମଚାରୀଙ୍କ ଡିଏ ଗତ ବର୍ଷ ବୃଦ୍ଧି କରାଯାଇଥିଲା। ଗତ ଜୁଲାଇ ୨୦୨୧ରେ ଏମାନଙ୍କ ମହଙ୍ଗା ଭତ୍ତା ବଢି ୧୫୯.୯ ପ୍ରତିଶତରୁ ୧୭୦.୫ ପ୍ରତିଶତରେ ପହଞ୍ଚିଥିଲା।