ବିଏସଏନଏଲ ଉପଭୋକ୍ତାଙ୍କ ପାଇଁ ଖୁସି ଖବର! ଖୁବଶୀଘ୍ର ଲଞ୍ଚ ହେବାକୁ ଯାଉଛି ୪ଜି ସେବା
ନୂଆଦିଲ୍ଲୀ : ବିଏସଏନଏଲ ଉପଭୋକ୍ତାଙ୍କ ପାଇଁ ଖୁସି ଖବର। ବିଏସଏନଏଲ ଟେଲିକମ କମ୍ପାନୀ ନିଜର ୪ଜି ସେବା ଭାରତରେ ଲଞ୍ଚ କରିବାକୁ ଯାଉଛି । ବିଏସଏନଏଲ ଟାଟା କନ୍ସେଲ୍ଟେନ୍ସି ସହ ପାର୍ଟନରସିପ୍ କରିଛି । ଯେଉଁଥିପାଇଁ ଏବେ ଏହା ଭାରତ ରେ ୪ର୍ଥ ଜେନେରେଶନ ସର୍ଭିସି ର ଲଞ୍ଚ ପାଇଁ ପ୍ରସ୍ତୁତ ଅଛନ୍ତି । କିନ୍ତୁ ବତ୍ତମାନ ଯାଏଁ କଂପାନୀ ଲଞ୍ଚ ର ସଠିକ୍ ତାରିଖ ଘୋଷଣା କରିନାହିଁ । ୨୦୨୩ ସୁଦ୍ଧା ଏହା ୫ଜି ସେବା ମଧ୍ୟ ଆରମ୍ଭ କରିବାକୁ ଯାଉଛି ।
ବିଏସଏନଏଲର ଲକ୍ଷ୍ୟ ପୁରା ଭାରତରେ ମୋଟ ୧ଲକ୍ଷ ଟେଲିକମ୍ ଟାୱର ଓ କେବଳ ବିହାର ରେ ୪୦,୦୦୦ ଟେଲିକମ୍ ଟାୱର ଅଛି । ବିଏସଏନଏଲର ଡାଇରେକ୍ଟର ସୁଶୀଲ କୁମାର ମିଶ୍ରା କହିଛନ୍ତି ବିଏସଏନଏଲ ଟାଟା ସହିତ କନସଲ୍ଟେନ୍ସି ସହ ନିଜ ଟେକ୍ନୋଲୋଜି ପାଟର୍ନର ରୂପରେ ୪ଜି ସର୍ଭିସ୍ ଆରମ୍ଭ କରିବ । ବିହାରରେ ନିହାତି ୪,୦୦୦ ଟାୱାର ସହ ପୁରା ଦେଶରେ ୧ ଲକ୍ଷ ଟେଲିକମ୍ ଟାୱାର ଖୋଲିବାର ପ୍ରସ୍ତୁତି କରୁଛି ଏବଂ ଏହା ଦିଲ୍ଲୀ ଓ ମୁମ୍ବାଇରେ ମଧ୍ୟ ସେବା ପ୍ରଦାନ କରିବ । ମିଶ୍ରା ଆହୁରି ମଧ୍ୟ କହିଛନ୍ତି ବିଏସଏନଏଲ ଏକାଧିକାର ସହ ଏହାର ସେବା ଆରମ୍ଭ କରିବ ଯାହା କି ଅଧିକ ପ୍ରଭାବଶାଳୀ ହୋଇଥାଏ । ବିଏସଏନଏଲ ଏହାର ୪ଜି ସେବାକୁ ଅନେକ ସର୍କଲରେ ଆରମ୍ଭ କରିଛି । ଏହି ୪ ଜି ସେବା ଚଳିତ ବର୍ଷ ଅଗଷ୍ଟ ୧୫ ରେ ଆରମ୍ଭ ହୋଇପାରେ ।