ଶନିବାର ଦିନ କରନ୍ତୁ ଏହି ଉପାୟ, ଶନିଦେବଙ୍କ କୃପା ଲାଭ ସହ ପ୍ରାପ୍ତି ହେବ ଶୁଭଫଳ
ପ୍ରତ୍ୟକଙ୍କ ଜୀବନରେ ଗ୍ରହଚଳନ ଉପରେ କେତେକାଂଶରେ ବିଶ୍ୱାସ ରହିଥାଏ । ସମସ୍ତ ଗ୍ରହମାନଙ୍କର ନିଜର ଏକ ଦୃଷ୍ଟିଶକ୍ତି ରହିଛି । ଯାହାର ମଣିଷ ଜୀବନରେ ଶୁଭ ଓ ଅଶୁଭ ଦୃଷ୍ଟି ପକାଉଥିବା ନେଇ ଜ୍ୟୋତିଷ ଶାସ୍ତ୍ରରେ ବର୍ଣ୍ଣିତ ରହିଛି । ସେଥିମଧ୍ୟରେ ଶନିଦେବ, ମଙ୍ଗଳ ଓ ବୃହସ୍ପତି ଅନ୍ୟତମ । ଜାଣନ୍ତୁ, ଶନିଙ୍କ କୃପା ପ୍ରାପ୍ତି ପାଇଁ ଆପଣାନ୍ତୁ ଏହିଭଳି କିଛି ଉପାୟ । ଯାହାଦ୍ୱାରା ଆପଣଙ୍କୁ ଶୁଭଫଳ ପ୍ରାପ୍ତି ହେବ ।
ଶନିବାର ଦିନ ଶନିଦେବଙ୍କୁ ପୂଜା ଅର୍ଚ୍ଚନା କରାଯାଇଥାଏ । ନ୍ୟାୟର ଦେବତା ଶନି ଯଦି କୌଣସି ବ୍ୟକ୍ତିଙ୍କ ଜାତକରେ ଖରାପ ସ୍ଥିତିରେ ରହିଥାନ୍ତି ତେବେ ସେହି ବ୍ୟକ୍ତିଙ୍କ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ସେହିପରି ଯଦି କୌଣସି ଜାତକର ସପ୍ତମ ଘରେ ଶନି ରହିଥାନ୍ତି କିମ୍ବା ବ୍ୟକ୍ତି ସପ୍ତମେଶ ଶନି ଦ୍ୱାରା ପୀଡିତ , ଯେଉଁଥିପାଇଁ ବ୍ୟକ୍ତି ଖରାପ ସମସ୍ୟାର ସାମ୍ନା କରୁଛନ୍ତି । ସେଥିପାଇଁ କିଛି ଖାସ୍ ଉପାୟ ରହିଛି । ଯେଉଁ ଉପାୟ କରିବା ଦ୍ୱାରା ଶନିଦେବ ପ୍ରସନ୍ନ ହୋଇଥାନ୍ତି ।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନିଙ୍କୁ ଅନୁଶାସନର ଗ୍ରହ ବୋଲି କୁହାଯାଇଥାଏ । ଯଦି ଆପଣଙ୍କ ଜାତକ ଅନୁଶଂସିତ ନାହିଁ ଏବଂ ଚରିତ୍ର ଦୂଷିତ ଅଛି ତେବେ ଏଥିପାଇଁ ଶନି କୋପ କରିଥାନ୍ତି । ସେଥିପାଇଁ ଜୀବନକୁ ଅନୁସଂଶିତ ଓ ଚରିତ୍ରକୁ ଭଲ ରଖନ୍ତୁ । ମାତ୍ର ଅନେକ ଥର ମନୁଷ୍ୟର ପୂର୍ବଜନ୍ମର ଖରାପ କର୍ମ ପାଇଁ ଶନିଙ୍କ ପରିଣାମ ଭୋଗିବାକୁ ପଡିଥାଏ ।
ସେହିପରି ଭଗବାନ ହନୁମାନଙ୍କ ଆରଧାନା ଦ୍ୱାରା ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ । ନିୟମିତ ହନୁମାନ ଚାଳିଶା ପାଠ କରନ୍ତୁ । ଏହାଦ୍ୱାରା କଦାପି ଶନିଙ୍କ ଖରାପ ପ୍ରଭାବ ଆପଣଙ୍କ ଉପରେ ପଡିବ ନାହିଁ । ଏହାସହିତ ହନୁମାନଙ୍କ ମନ୍ଦିର ଯାଇ ପ୍ରସାଦରେ ମିଠା ଅର୍ପଣ କରନ୍ତୁ । ସେହିପରି ସୁନ୍ଦରାକାଣ୍ଡ ପାଠ କରିବା ଦ୍ୱାରା ବି ଜାତକକୁ ଲାଭ ପ୍ରାପ୍ତି ହୋଇଥାଏ ।
ଅପରପକ୍ଷେ ଶନିଙ୍କ ସହ ଜଡିତ ଦୋଷ ଦୁର କରିବା ଏବଂ ଶନିଙ୍କ କୃପା ଲାଭ ପାଇଁ ଭଗବାନଙ୍କ ଶିବଙ୍କ ଉପାସନା ଏକ ସିଦ୍ଧ ଉପାୟ । ନିୟମପୂର୍ବକ ଶିବ ସହସ୍ରନାମ ବା ଶିବ ପଞ୍ଚାକ୍ଷରୀ ପାଠ କରିବା ଦ୍ୱାରା ଶନିଙ୍କ ଖରାପ ପ୍ରଭାବ ଦୂର ହୋଇଥାଏ । ଏହାସହିତ ସମସ୍ତ ବାଧା-ବିଘ୍ନ ଦୂର ହୋଇଥାଏ ।
ଆସନ୍ତୁ ଜାଣିବା କଣ କରିବା ଆବଶ୍ୟକ :
ସନ୍ଧ୍ୟାକାଳରେ ପଶ୍ଚିମ ଦିଗରେ ଦୀପ ଚଳାଇ ଶନିଦେବଙ୍କ ମନ୍ତ୍ର ଜପ କରନ୍ତୁ ।
ଏକ ଲୁହାପାତ୍ରରେ ସୋରିଷ ତେଲ ଭର୍ତ୍ତିକରି ଅସହାୟ ବ୍ୟକ୍ତିଙ୍କୁ ଦାନ କରନ୍ତୁ ।
ମନ୍ଦିରକୁ ଯାଇ ଶନିଙ୍କ ନିକଟରେ ତେଲାଭିଷେକ କରନ୍ତୁ ।
ଶାସ୍ତ୍ରାନୁଯାୟୀ ଶନିଙ୍କର ଶୁଭ ଦୃଷ୍ଟି ପଡିବା ଫଳରେ ବ୍ୟକ୍ତି ଜୀବନରୁ ସମସ୍ତ ଦୁଃଖ କଷ୍ଟ ଦୂରେଇ ଯିବା ସହ ଧନପ୍ରାପ୍ତି ହୋଇଥାଏ ।
ସେହିପରି ପ୍ରତ୍ୟେକ ଶନିବାର ଦିନ ଲାଲ ରଙ୍ଗର ବସ୍ତ୍ର ପରିଧାନ କରି ହନୁମାନଙ୍କ ନିକଟରେ ହନୁମାନ ଚାଳିଶା ପାଠ କରନ୍ତୁ ।