ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଗୋଆ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଫଳାଫଳ ମାର୍ଚ୍ଚ ୧୦ ତାରିଖରେ ଆସିବ । ଏହାପୂର୍ବରୁ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଉଭୟ ନେତାଙ୍କ ମଧ୍ୟରେ ଏହି ସାକ୍ଷାତ ପାଖାପାଖି ୩୦ ମିନିଟ୍ ପାଇଁ ହୋଇଥିଲା । ମୁଖ୍ୟମନ୍ତ୍ରୀ ସାୱନ୍ତ ଏଗଜିଟ ପୋଲ ରିପୋର୍ଟ ଆସିବା ପରେ ରାଜନୈତିକ ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆଲୋଚନା କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ପରେ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି ଯେ, ମାର୍ଚ୍ଚ ୧୦ରେ ନିର୍ବାଚନ ଫଳାଫଳ ଆସିବ । ରାଜ୍ୟରେ ବିଜେପି ୨୦ରୁ ଅଧିକ ସିଟରେ ଜିତିବ । ଅଧିକାଂଶ ଏଗଜିଟ ପୋଲ ବିଜେପି ଜିତୁଥିବା ଦେଖାଉଛି। ବିଜେପିକୁ ସ୍ଥାନୀୟ ପାର୍ଟିର ସମର୍ଥନ ମିଳିବ । ସ୍ଥାନୀୟ ପାର୍ଟିଙ୍କ ଦାବିକୁ ନେଇ କେନ୍ଦ୍ରୀୟ ନେତୃତ୍ୱ ଯୋଗାଯୋଗ କରିବ । ଆବଶ୍ୟକ ପଡ଼ିଲେ ଆମେ ଏନଜିପିର ସମର୍ଥନ ନେଇପାରୁ ।