ମେ ୨୦ରୁ ଅନଲାଇନ ମୋଡରେ ଜିଆଇଟିଏଏମ ଜିଏଟି-୨୦୨୨ ପରୀକ୍ଷା
ନୂଆଦିଲ୍ଲୀ : ଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜୀ ଆଣ୍ଡ୍ ମ୍ୟାନେଜମେଣ୍ଟ (ଜିଆଇଟିଏଏମ) ଅଫିସିଆଲ ୱେବସାଇଟ gitam.eduରେ ଜିଆଇଟିଏଏମ ଜିଏଟି-୨୦୨୨ ପରୀକ୍ଷା ପାଇଁ ତାରିଖରେ ସଂଶୋଧନ କରିଛି । ରେଜିଷ୍ଟ୍ରେସନ ଡେଟ ବଢ଼ାଇବା ସହ ପରୀକ୍ଷା ତାରିଖ ଏବଂ ରେଜଲ୍ଟ ଡେଟ ମଧ୍ୟ ସଂଶୋଧନ କରାଯାଇଛି ।
ଜିଆଇଟିଏଏମ ଜିଏଟି-୨୦୨୨ ଆବେଦନ ଫର୍ମ ଭରିବା ପାଇଁ ଶେଷ ତାରିଖ ମେ ୧୦ ରଖାଯାଇଛି । ଜିଆଇଟିଏଏମ ଜିଏଟି-୨୦୨୨ ପରୀକ୍ଷା ମେ ୨୦ରୁ ୨୬ ମେ ପର୍ଯ୍ୟନ୍ତ ଅନଲାଇନ ମୋଡରେ ହେବ । ପରୀକ୍ଷା ପରେ ମେ ୩୧ରେ ରେଜଲ୍ଟ ପ୍ରକାଶ ପାଇବ ।
ଆବେଦନ ପାଇଁ ଆପଣାନ୍ତୁ ଏହି ଷ୍ଟେପ୍ :
- ଜିଆଇଟିଏଏମ ଜିଏଟି-୨୦୨୨ର ଅଫିସିଆଲ ୱେବସାଇଟ gitam.edu କୁ ଯାଆନ୍ତୁ
- ଜିଆଇଟିଏଏମ ଜିଏଟି-୨୦୨୨ ରେଜିଷ୍ଟ୍ରେସନ ପାଇଁ ନାମ, ଇମେଲ ଏବଂ ମୋବାଇଲ ନମ୍ବର ଦେବାକୁ ହେବ
- ଏହାପରେ ରେଜିଷ୍ଟ୍ରେସନ ଆଇଡିରେ ଲଗଇନ କରି ଲିଙ୍ଗ, କାଷ୍ଟ, ରାଷ୍ଟ୍ରୀୟତା, ଧର୍ମ, ନିକଟରେ ସରିଥିବା ଶିକ୍ଷାଗତ ଯୋଗ୍ୟତା ଭଳି ବିବରଣୀ
- ଏହାପରେ ଜରୁରୀ ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ
- ଏହାପରେ ପେମେଣ୍ଟ କରିବାକୁ ହେବ
- ଶେଷରେ ଫର୍ମ ଚେକ କରିନିଅନ୍ତୁ ଏବଂ ସବମିଟ୍ କରନ୍ତୁ