ସୁନା ଅଳଙ୍କାର ନେଇ ଝିଅ ଫେରାର, ଥାନାରେ ପରିବାର
ରୂପସା : ବାଲେଶ୍ୱର ଜିଲା ରୂପସା ଥାନା ଅନ୍ତର୍ଗତ ପାଟପୁର ଗ୍ରାମର ଘନଶ୍ୟାମ ଦାସଙ୍କ ଝିଅ ଧରିତ୍ରୀ ଦାସ ରବିବାର ଘରେ ଥିବା ସୁନା, ଗହଣା ଅଳଙ୍କାର ନେଇ ପଳାଇଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ପରିବାର ଲୋକେ ବହୁ ଖୋଜାଖୋଜି ପରେ ଝିଅକୁ ନ ପାଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଦ୍ୱିପ୍ରହର ବେଳେ ଘରେ ସମସ୍ତେ ଶୋଇଥିବା ସମୟରେ ଝିଅ ଜଣକ ଏଭଳି କାଣ୍ଡ ଘଟାଇଥିବା ଏତେଲାରେ ଦର୍ଶାଯାଇଛି ।