ବାଲେଶ୍ୱର : ପୌର ନିର୍ବାଚନ ପାଇଁ ସାଧାରଣ ପର୍ଯ୍ୟବେକ୍ଷକ ନିଯୁକ୍ତ
ବାଲେଶ୍ୱର : ପୌର ନିର୍ବାଚନ-୨୦୨୨ ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲାର ୫ଟି ସହରାଞ୍ଚଳ ପାଇଁ ବରିଷ୍ଠ ପ୍ରଶାସକ ଆଇଏଏସ ଅଧିକାରୀ ଜ୍ୟୋତି କୁମାର ଲାକ୍ରା (ମୋ-୯୯୩୮୬୩୫୯୫୫) ସାଧାରଣ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି । ଜିଲାର ୩ଟି ପୌରାଞ୍ଚଳ ବାଲେଶ୍ୱର, ଜଳେଶ୍ୱର, ସୋର ଏବଂ ୨ଟି ଅଧିସୂଚିତ କ୍ଷେତ୍ର ପରିଷଦ ନୀଳଗିରି ଓ ରେମୁଣାରେ ହେବାକୁ ଥିବା ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ତାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି ।
ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀ ଲାକ୍ରା ଜିଲାର ଏହି ୫ଟି ସହରାଞ୍ଚଳ ଗସ୍ତ କରି ନିର୍ବାଚନ ପରିଚାଳନା, ଆଚରଣ ବିଧି, ସଭାସମିତି, ନିର୍ବାଚନୀ କଟକଣା, ମାର୍ଗଦର୍ଶିକାର ଅନୁପାଳନ ଇତ୍ୟାଦି ଉପରେ ନଜର ରଖିବା ସହିତ ସମ୍ପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟା ସମ୍ପର୍କରେ ସମୀକ୍ଷା କରିବେ । ଏତଦ୍ ବ୍ୟତୀତ ନିର୍ବାଚନ ସଂକ୍ରାନ୍ତୀୟ ବିଭିନ୍ନ ଅଭିଯୋଗର ସମାଧାନ ସହ ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ ।