ଲିଙ୍ଗ ନିରୂପଣ ମାମଲା ; ଡାକ୍ତରଙ୍କୁ ୨ ବର୍ଷ ୩ ମାସ ଜେଲ୍
ଭୁବନେଶ୍ୱର : ବିନା ଲାଇସେନ୍ସରେ ଲିଙ୍ଗ ନିରୂପଣ ମାମଲାରେ ଜଣେ ଡାକ୍ତରଙ୍କୁ ଜେଲ ସଜା ହୋଇଛି । ଅଭିଯୁକ୍ତ ଡାକ୍ତରଙ୍କ ନାମ ରାଜ କିଶୋର ସାହୁ । ଲିଙ୍ଗ ନିରୂପଣ ମାମଲାରେ ଜେଏମଏଫସି କୋର୍ଟ ଅଭିଯୁକ୍ତଙ୍କୁ ୨ ବର୍ଷ ୩ ମାସର ଜେଲ୍ ଦଣ୍ଡ ରେ ଦଣ୍ଡିତ କରିଛନ୍ତି । ଏହାସହ ୯ ହଜାର ୫୦୦ ଫାଇନ ଆଦାୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଥାଉକି ୨୦୧୨ ମସିହାରେ ମାର୍କେଟ ବିଲ୍ଡିଂର ଏକ କ୍ଲିନିକରେ ଚଢ଼ାଉ ହୋଇଥିଲା ।