କ୍ରମାଗତ ତୃତୀୟ ଦିନରେ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର
ମୁମ୍ବାଇ : ରାଷ୍ଟ୍ରାୟତ୍ତ ତୈଳ ସଂସ୍ଥା ଗୁଡିକ ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦର ବଢ଼ାଇଛନ୍ତି। କ୍ରମାଗତ ଭାବେ ତିନିଦିନ ହେଲା ତୈଳଦର ବୃଦ୍ଧି ପାଉଛି। ଦିଲ୍ଲୀରେ ପେଟ୍ରୋଲ ଦର ୨୫ ପଇସା ମହଙ୍ଗା ହୋଇଥିବା ବେଳେ ଡିଜେଲ ୩୦ ପଇସା ବଢ଼ିଛି। ବର୍ଦ୍ଧିତ ଦର ପରେ ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦାମ ୧୦୨.୧୪ ଟଙ୍କା ଓ ଡିଜେଲର ଲିଟର ପିଛା ଦାମ ୯୦.୪୭ ଟଙ୍କା ହୋଇଛି। ଗତକାଲି ଦିଲ୍ଲରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ଯଥାକ୍ରମେ ୧୦୧.୮୯ ଟଙ୍କା ଓ ୯୦.୧୭ ଟଙ୍କା ରହିଥିଲା।
ଆଜି ଭୁବନେଶ୍ୱରରେ ପେଟ୍ରୋଲ ଉପରେ ୨୬ ପଇସା ଏବଂ ଡିଜେଲ ଉପରେ ୩୩ ପଇସା ବୃଦ୍ଧି ହୋଇଛି। ବର୍ଦ୍ଧିତ ଦର ଅନୁସାରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଦର ୧୦୩.୦୩ ଟଙ୍କା ଏବଂ ଡିଜେଲ ଲିଟର ପିଛା ଦର ୯୮.୬୭ ଟଙ୍କାରେ ପହଞ୍ଚିଛି। କଟକରେ ପେଟ୍ରୋଲ ଲିଟର ପିଛା ଦୂର ୧୦୩.୯ ଟଙ୍କା ଏବଂ ଡିଜେଲ ଲିଟର ପିଛା ଦର ୯୮.୭୧ ଟଙ୍କା ହୋଇଛି। ମାଲକାନଗିରିରେ ପେଟ୍ରୋଲ ଲିଟର ପିଛା ମୂଲ୍ୟ ୧୦୮.୬୦ ଟଙ୍କା ଏବଂ ଡିଜେଲ ଲିଟର ପିଛା ମୂଲ୍ୟ ୧୦୪.୦୬ ଟଙ୍କା ରହିଛି। ସୁନ୍ଦରଗଡରେ ପେଟ୍ରୋଲ ଲିଟର ଦାମ ୧୦୪.୦୯ ଟଙ୍କା ଥିବାବେଳେ ଡିଜେଲ ଲିଟର ଦାମ ୯୯.୭୧ ଟଙ୍କାରେ ପହଞ୍ଚିଛି। ସମ୍ବଲପୁରରେ ପେଟ୍ରୋଲ ଲିଟର ଦର ୧୦୩.୮୦ ଟଙ୍କା ଏବଂ ଡିଜେଲ ଲିଟର ଦର ୯୯.୪୩ ଟଙ୍କାରେ ଗ୍ରାହକଙ୍କୁ ବିକ୍ରୟ କରାଯାଉଛି।
ଗୁଡ ରିଟର୍ନସର ରିପୋର୍ଟ ଅନୁଯାୟୀ, ଆଜି ଭୁବନେଶ୍ୱରରେ ପେଟ୍ରୋଲର ଲିଟର ପିଛା ଦାମ ୪୪ ପଇସା ବଢ଼ିଛି। ଫଳରେ ଏଠାରେ ପେଟ୍ରୋଲର ଲିଟର ପିଛା ଦର ୧୦୩.୦୧ ଟଙ୍କାରେ ପହଞ୍ଚିଛି। ସେପ୍ଟେମ୍ବର ୩୦ରେ ପେଟ୍ରୋଲ ଦାମ ୩୦ ପଇସା ଓ ଅକ୍ଟୋବର ୧ରେ ଗୋଟିଏ ପଇସା ମହଙ୍ଗା ହୋଇଥିଲା। ଅନ୍ୟପକ୍ଷରେ ଡିଜେଲ ଦାମ ମଧ୍ୟ ଭୁବନେଶ୍ୱରରେ ୧୦୦ ଛୁଇଁବାକୁ ବସିଲାଣି। ଆଜି ରାଜଧାନୀରେ ଡିଜେଲର ଲିଟର ପିଛା ଦାମ ୫୧ ପଇସା ମହଙ୍ଗା ହୋଇଛି। ବର୍ଦ୍ଧିତ ଦର ପରେ ଡିଜେଲର ଲିଟର ପିଛା ଦାମ ୯୮.୬୫ ଟଙ୍କା ହୋଇଛି। ଗତକାଲି ଡିଜେଲ ୯ ପଇସା ଓ ସେପ୍ଟେମ୍ବର ୩୦ରେ ଏହା ୩୮ ପଇସା ମହଙ୍ଗା ହୋଇଥିଲା। ଦେଶର ୪ ପ୍ରମୁଖ ମେଟ୍ରୋ ସହର ମଧ୍ୟରୁ ମୁମ୍ବାଇରେ ତୈଳ ଦର ସବୁଠାରୁ ମହଙ୍ଗା ସ୍ତରରେ ରହିଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୮ ଟଙ୍କା ଅତିକ୍ରମ କରିଥିବା ବେଳେ ଡିଜେଲର ଲିଟର ପିଛା ଦର ପ୍ରାୟ ୯୮ ଟଙ୍କାରେ ପହଞ୍ଚିଛି। ଅନ୍ତର୍ଜାତୀୟ ବଜାରରେ କ୍ରୁଡ ଅଏଲର ଦାମ ୩ ବର୍ଷ ମଧ୍ୟରେ ସର୍ବାଧିକ ସ୍ତରରେ ପହଞ୍ଚିଥିବାରୁ ଭାରତରେ ପେଟ୍ରୋଲ ଓ ଡିଜେଲ ମହଙ୍ଗା ହୋଇଥିବା କୁହାଯାଉଛି। କୋଲକାତାରେ ଆଜି ପେଟ୍ରୋଲ ଦର ୧୦୨.୭୭ ଟଙ୍କା ଓ ଡିଜେଲର ଲିଟର ପିଛା ଦର ୯୩.୫୭ ଟଙ୍କାରେ ପହଞ୍ଚିଛି। ଚେନ୍ନାଇରେ ଲୋକମାନେ ପେଟ୍ରୋଲ ଲିଟର ପିଛା ୯୯.୮୦ ଟଙ୍କା ଓ ଡିଜେଲ ୯୫.୦୨ ଟଙ୍କା ଦେଇ କିଣୁଛନ୍ତି। ସେପ୍ଟେମ୍ବର ୩୦ରେ ପେଟ୍ରୋଲ ଓ ଡିଜେଲ ଦାମ ଯଥାକ୍ରମେ ୨୫ ଓ ୩୦ ପଇସା ଓ ଅକ୍ଟୋବର ୧ରେ ପୁଣିଥରେ ୨୫ ଓ ୩୦ ପଇସା ମହଙ୍ଗା ହୋଇଥିଲା।