ଗାନ୍ଧୀ ଶିଳ୍ପ ବଜାର-୨୦୨୨ ଉଦ୍ଯାପିତ
ବାଲେଶ୍ୱର : ବାଲେଶ୍ୱର ସହର ଆଇଟିଆଇ ପଡ଼ିଆରେ ସର୍ବଭାରତୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ‘ଗାନ୍ଧୀ ଶିଳ୍ପ ବଜାର-୨୦୨୨’ ରବିବାର ଉଦ୍ଯାପିତ ହୋଇଛି । ଉଦ୍ଯାପନୀ ସମାରୋହରେ ବିଶିଷ୍ଟ ସମାଜସେବୀ ଗୋପାଳ କୃଷ୍ଣ କର, ଦିଲ୍ଲୀର ହସ୍ତଶିଳ୍ପୀ ସର୍ଫରାଜ ଆଲାମ୍, ରାଜସ୍ଥାନର ହସ୍ତଶିଳ୍ପୀ ମହମ୍ମଦ ଜାଭେଦ୍, ଆସାମ୍ର ହସ୍ତଶିଳ୍ପୀ ପ୍ରିୟନାଥ ମଣ୍ଡଳ ଏବଂ ପଶ୍ଚିମବଙ୍ଗର ହସ୍ତଶିଳ୍ପୀ ସନ୍ଦିପ ପାଲ ପ୍ରମୁଖ ଉପସ୍ଥିତ ଥିଲେ । ବାଲେଶ୍ୱର ଜିଲା ପ୍ରଶାସନ, ପୋଲିସ, ଅଗ୍ନିଶମ, ପୌରପାଳିକା, ବିଦ୍ୟୁତ୍, ଜନସ୍ୱାସ୍ଥ୍ୟ ବିଭାଗର ସହଯୋଗ ନିମନ୍ତେ ଡୋଭ ଅନୁଷ୍ଠାନ ଓ ହସ୍ତଶିଳ୍ପ ସେବା କେନ୍ଦ୍ର ଭୁବନେଶ୍ୱର ତରଫରୁ କୃତଜ୍ଞତା ଜଣାଯାଇଛି । ଶେଷରେ ଡୋଭ୍ର ସମ୍ପାଦକ ଅନିଲ କୁମାର ମିଶ୍ର ଧନ୍ୟବାଦ ଦେଇଥିଲେ ।