ଗାନ୍ଧି ଓ ସାମ୍ପ୍ରତିକ ପରିସ୍ଥିତି ଆଲୋଚନାଚକ୍ର
କଟକ : ପ୍ରଜାତନ୍ତ୍ର ପ୍ରଚାର ସମିତି ଆନୁକୂଲ୍ୟରେ ୩୫୭ତମ ପାଠଚକ୍ରରେ ଗାନ୍ଧି ଓ ସାମ୍ପ୍ରତିକ ପରିସ୍ଥିତି ଶୀର୍ଷକ ଆଲୋଚନା ପ୍ରଜାତନ୍ତ୍ର ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଅଛି । ନ୍ୟାୟାଧିଶ ମନୋରଞ୍ଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାଂସଦ ଭର୍ତ୍ତୃହରି ମହତାବ ପ୍ରାରମ୍ଭିକ ସୂଚନା ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଯୁଦ୍ଧରେ ନୁହେଁ ଶାନ୍ତି ଓ ସଦ୍ଭାବନାରେ ବିଜୟ ସମ୍ଭବ । ଭାରତରେ ସାମ୍ପ୍ରତିକ ଓ ରାଜନୈତିକ ପରିବର୍ତ୍ତନ ତଥା ସମାଜ ସଂସ୍କାରର ବାର୍ତ୍ତା ଗାନ୍ଧିଙ୍କ ଯୋଗୁଁ ସମ୍ଭବ ହୋଇପାରିଥିଲା । ଗାନ୍ଧି ସବୁ କ୍ଷେତ୍ରରେ ନିଜର ପ୍ରଭାବ ଓ ଛାପ ଛାଡ଼ି ଦେଇଯାଇଛନ୍ତି । ଲୋକଙ୍କ ହୃଦୟରେ ସାମଗ୍ରିକ ଜାଗରଣ ସୃଷ୍ଟି ଓ ଜାତିର ସ୍ପଳନ ତଥା ନୈତିକତାକୁ ଆୟୁଧ କରି ସଂଗ୍ରାମ ଜାରି ନିମନ୍ତେ ବିଶ୍ୱବାସୀଙ୍କ ମନରେ ଗାନ୍ଧି ପ୍ରଜ୍ୱଳିତ କରିଦେଇଯାଇଛନ୍ତି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଡ଼ଃ ଖାରବେଳ ମହାନ୍ତି, ଡ଼ଃ ବିଶ୍ୱଜିତ ଓ ମିହିର ପ୍ରତାପ ଦାସ ସମ୍ମାନିତ ବକ୍ତା ଭାବେ ଯୋଗ ଦେଇଥିଲେ । ସଂଯୋଜକ ଡ଼ାକ୍ତର ରବି ରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।