ଜି-୨୦ ସମ୍ମିଳନୀରେ ବୈଶ୍ୱିକ ଚିନ୍ତାର ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବି : ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଜି-୨୦ ସମ୍ମିଳନୀରେ ବୈଶ୍ୱିକ ଚିନ୍ତାର ପ୍ରମୁଖ ପ୍ରସଙ୍ଗ. ବୈଶ୍ୱିକ ବିକାଶ, ଖାଦ୍ୟ ଶକ୍ତି ସୁରକ୍ଷା, ପରିବେଶ, ସ୍ୱାସ୍ଥ୍ୟ, ଡିଜିଟାଲ ପରିବର୍ତନ ଭଳି ବିଷୟ ଉପରେ ଜି-୨୦ ନେତା ମାନଙ୍କ ସହ ବ୍ୟାପକ ଆଲୋଚନା କରିବି ବୋଲି କହିଥିଲେ ।
ଇଣ୍ଡୋନେସିଆର ବାଲିରେ ମଙ୍ଗଳବାର ଜି-୨୦ ସମ୍ମିଳନୀ ହେବ । ଏହି ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡୋନେସିଆ ଗସ୍ତ କରିଛନ୍ତି । ଖାଦ୍ୟ ଓ ଶକ୍ତି ସୁରକ୍ଷା ଉପରେ ପର୍ଯ୍ୟବେଷିତ ଏହି ବୈଠକର ଅଧ୍ୟକ୍ଷତା କରିବେ ଇଣ୍ଡୋନେଇସିଆ ରାଷ୍ଟ୍ରପତି ଜୋକେ ୱିଡୋଡୋ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ, ଚୀନ ରାଷ୍ଟ୍ରପତି ସି ଜିଙ୍ଗପିଙ୍ଗଙ୍କ ସମେତ ଜି-୨୦ ଦେଶର ପ୍ରତିନିଧି ଏଥିରେ ସାମିଲ ହେବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ଦେଶର ନେତାଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରିବେ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱିପାକ୍ଷିକ ଆଲୋଚନା ହେବାର ସମ୍ଭାବନା ରହିଛି । ସେହିପରି ବ୍ରିଟେନ ପ୍ରଧାନମନ୍ତ୍ରୀ ହେବା ପରେ ଋଷି ସୁନକଙ୍କ ସହିତ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିପାରନ୍ତି । ଏଥିସହିତ ଚୀନ ରାଷ୍ଟ୍ରପତିଙ୍କୁ ସ୍ୱତନ୍ତ୍ର ଭାବେ ପ୍ରଧାନମନ୍ତ୍ରୀ ଭେଟିବା ନେଇ ଚର୍ଚ୍ଚା ମଧ୍ୟ ହେଉଛି । ତେବେ ଏନେଇ କିଛି ସ୍ପଷ୍ଟ କରାଯାଇନାହିଁ । ଡିସେମ୍ବର ୧ରୁ ଜି ଟ୍ୱେଂଟି ସମୂହର ନେତୃତ୍ୱ ନେବ ଭାରତ । ପରବର୍ତୀ ଶିଖର ସମ୍ମିଳନୀ ଭାରତରେ ହେବ । ତେଣୁ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ନିକଟରୁ ପ୍ରଧାନମନ୍ତ୍ରୀ ମୋଦି ଜି ଟ୍ୱେଂଟିର ଅଧ୍ୟକ୍ଷତା ଦାୟିତ୍ୱ ଗ୍ରହଣ କରିବେ ।
ଆସନ୍ତା ବର୍ଷ ଭାରତ ପକ୍ଷରୁ ଜି-୨୦ ସମ୍ମିଳନୀ ଆୟୋଜନ କରାଯିବ । ଏହାକୁ ନେଇ ଭାରତର ବୈଦେଶିକ ସଚିବ ପ୍ରତିକ୍ରିୟା ରଖିଛନ୍ତି । ତାଙ୍କ ସୂଚନା ଅନୁଯାୟୀ, ଏହି ସମ୍ମିଳନୀ ତିନିଟି ଅଧିବେଶନରେ ଅନୁଷ୍ଠିତ ହେବ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଏହି ତିନୋଟି ଅଧିବେଶନରେ ଅନ୍ୟ ବିଶ୍ୱ ନେତାଙ୍କ ସହ ଅଂଶଗ୍ରହଣ କରିବେ । ବାଲି ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅନ୍ୟ ଜି -୨୦ ନେତାମାନେ ବିଶ୍ୱ ଅର୍ଥନୀତି, ଶକ୍ତି, ପରିବେଶ, କୃଷି, ସ୍ୱାସ୍ଥ୍ୟ ଏବଂ ଡିଜିଟାଲ ପରିବର୍ତନ ସମେତ ବିଭିନ୍ନ ପ୍ରସଙ୍ଗରେ ବିଚାର କରିବେ । ଶିଖର ସମ୍ମିଳନୀରେ ତିନୋଟି କାର୍ଯ୍ୟ ଅଧିବେଶନ ହେବ ବୋଲି ପ୍ରଧାନମନ୍ତ୍ରୀ ଅଂଶଗ୍ରହଣ କରିବେ ବୋଲି କ୍ୱାଟ୍ରା କହିଛନ୍ତି । ୪୫ ଘଂଟା ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ୨୦ଟି ପ୍ରମୁଖ ଅଧିବେଶନ ଓ କେତେକ ଦ୍ୱିପାକ୍ଷିକ ଆଲୋଚନା କାର୍ଯ୍ୟକ୍ରମ ରହିଛି । ଅନ୍ୟ ବିଶ୍ୱନେତାଙ୍କ ସହିତ ଆଲୋଚନା ସମେତ ପ୍ରଧାନମନ୍ତ୍ରୀ ଇଣ୍ଡୋନେସିଆରେ ଭାରତୀୟ ସମୁଦାୟର ଏକ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ । ବିଦେଶ ସଚିବ ବିନୟ କ୍ୱାତ୍ରା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ‘ଖାଦ୍ୟ ଏବଂ ଶକ୍ତି ସୁରକ୍ଷା’, ‘ଡିଜିଟାଲ ପରିବର୍ତ୍ତନ ଏବଂ ସ୍ୱାସ୍ଥ୍ୟ’ ଅଧିବେଶନରେ ଉଦ୍ବୋଧନ ଦେବେ । ଏହା ସହିତ ପ୍ରଧାନମନ୍ତ୍ରୀ ବିଶ୍ୱ ଅର୍ଥନୀତିର ସ୍ଥିତି, ଶକ୍ତି, ପରିବେଶ, କୃଷି, ସ୍ୱାସ୍ଥ୍ୟ ଏବଂ ଡିଜିଟାଲ କାରବାର ଆଦି ପ୍ରସଙ୍ଗରେ ଆଲୋଚନା କରିବେ ।