ଫ୍ୟୁଚର ବାଲେଶ୍ୱର ସଙ୍ଗଠନର ତୃତୀୟ ସ୍ୱନକ୍ଷେତ୍ର ଦିବସ
ବାଲେଶ୍ୱର : ଫ୍ୟୁଚର ବାଲେଶ୍ୱର ସଙ୍ଗଠନର ତୃତୀୟ ସ୍ୱନକ୍ଷେତ୍ର ଦିବସ ସଭାପତି ବିଜୟ କୁମାର ପାଣିଗ୍ରାହୀଙ୍କ ପୌରହିତ୍ୟରେ ବୁଧବାର ଚାନ୍ଦିପୁର ବେଳାଭୂମିରେ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି । ଏହି ଅବସରରେ ଇଂ ସୌମ୍ୟରଞ୍ଜନ ପାତ୍ର, ଇଂ ରାଜେଶ କୁମାର ବାରିକ, ଯୁବ ବ୍ୟବସାୟୀ ଅକ୍ଷୟ କୁମାର ଘୋଷ, ବେଣୁଧର ଉପାଧ୍ୟାୟ, ଅକ୍ଷୟ କୁମାର ବେହେରା, ମୃତ୍ୟୁଞ୍ଜୟ ତ୍ରିପାଠୀ, ମାନସ କୁମାର ବେହେରା ଓ ରାଜେନ୍ଦ୍ର କୁମାର ସାହୁ ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ଯୁବକ ଓ ଯୁବତୀ ସଂଗଠନର ସଦସ୍ୟତା ଗ୍ରହଣ କରିଥିଲେ ।
କାର୍ଯ୍ୟକ୍ରମରେ ବରିଷ୍ଠ ସାହିତ୍ୟିକ ସତ୍ୟଜିତ୍ ମିଶ୍ର, ସର୍ବଦ୍ୱୟ ନେତା ବିଧାନ ଚନ୍ଦ୍ର ରାୟ, ଆଇନଜୀବି ରଞ୍ଜନ କୁମାର ପାଣିଗ୍ରାହୀ, ଶିଳ୍ପଦ୍ୟୋଗୀ ସଞ୍ଜୟ କୁମାର ସାହୁ, ସମାଜସେବୀ ପ୍ରଦୀପ କୁମାର ସ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ । ବକ୍ତାମାନ୍ତେ ସଙ୍ଗଠନର ଉତରୋତର ଉନ୍ନତି କାମନା କରିଥିଲେ । ସଭାପତି ଶ୍ରୀ ପାଣିଗ୍ରାହୀ ନୂତନ ସଦସ୍ୟ ଓ ସଦସ୍ୟାମାନଙ୍କୁ ସ୍ୱାଗତ କରିବାସହ ସମସ୍ତଙ୍କୁ ବିଦାୟ ନେବାକୁଥିବା ଇଂରାଜୀ ବର୍ଷ ୨୦୨୨ ମସିହାର ସମସ୍ତ ଦୁଃଖ ଓ କ୍ଳେଶକୁ ଭୁଲି ୨୦୨୩ ମସିହାରେ ଅଧିକ ଦୃଢ଼ ଓ ସଙ୍କଳ୍ପବୋଧ ହୋଇ ବ୍ୟାପକ ଭାବେ ସମାଜର ସବୁ ବର୍ଗର ଲୋକଙ୍କ ବିକାଶ ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ନିଜକୁ ସୁରକ୍ଷିତ ରଖିବାପାଇଁ ନିୟମିତ ମାସ୍କ ପିନ୍ଧିବା, ଜନଗହଳି ଠାରୁ ନିଜକୁ ଦୂରେଇ ରଖିବା ଓ ହାତକୁ ସାନିଟାଇଜ୍ କରିବାପାଇଁ ଅନୁରୋଧ କରିଥିଲେ । ପାରମ୍ପରିକ ବ୍ୟବସ୍ଥା ଅନୁସାରେ ଜାତୀୟସଙ୍ଗୀତଗାନ କରାଯାଇଥିଲା ।
ଯୁବକଯୁବତୀମାନେ ଏହି ଅବସରରେ ଅନ୍ତାକ୍ଷରୀ ଓ ନାଚଗୀତରେ ସାମିଲ ହୋଇଥିଲେ । ସଙ୍ଗଠନର ବରିଷ୍ଠ ସଦସ୍ୟ ତଥା ସମାଜସେବୀ ଦୁକୁଲ ଘୋଡେଇ ଯୋଗଦେଇ ବିଗତ ଦିନର କାର୍ଯ୍ୟକ୍ରମ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୌଦାମିନୀ ବେହେରା, ବନ୍ଦନା ଘୋଡେଇ, ଜୟପର୍ଣ୍ଣା ପାଣିଗ୍ରାହୀ, ପୁଷ୍ପଲତା ବାରିକ, ସରୋଜିନୀ ମଲ୍ଲିକ, ପିତାମ୍ବର ବାରିକ, ନରହରି ସାହୁ, ଲାଉଜକୁମାର ଦାସ, ରମେଶ ଚନ୍ଦ୍ର ବେହେରା, ଗୀତାଞ୍ଜଳି ବେହେରା, ସସ୍ମିତା ସେଠୀ, ଶ୍ରୀକାନ୍ତ ମଣ୍ଡଳ, ଭରତଚରଣ ପରିଡା, ଦିପଙ୍କର ଘୋଡେଇ, କମଳାକାନ୍ତ ବେହେରା, ଧରଣୀରଞ୍ଜନ ବେହେରା, ଅନନ୍ୟା ପାଣିଗ୍ରାହୀ, ନମିତା ବେହେରା, ବିମଳ ରାଣୀ ଭୁୟାଁ, ପୁଷ୍ପାଞ୍ଜଳୀ ମହାରଣା, ରଶ୍ମିତା ଆଚାର୍ଯ୍ୟ, ଚିନ୍ମୟୀ ଉପାଧ୍ୟାୟ, ଶୁଭସ୍ମିତା ପାତ୍ର, ପ୍ରିୟଙ୍କା ଦାସ, ସନ୍ତୋଷ ମହାରଣା, ପ୍ରକାଶଚନ୍ଦ୍ର ଭୁୟାଁ, ମନୋଜ କୁମାର ବେହେରା, ଅଶୋକ ମଣ୍ଡଳ, ଜ୍ୟୋତ୍ସ୍ନାରାଣୀ ଶତପଥୀ, ଶୁଭଦ୍ରା ଜେନା, କମଳଲୋଚନ ବେହେରା, ନିରଞ୍ଜନ ବେହେରା, ବିପିନ୍ କୁମାର ଦେ, ଲିପିକା ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଆଇନ୍ ମହାବିଦ୍ୟାଳୟର ଛାତ୍ରୀ ରୋଜାଲିନ୍ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।