ଆଜିଠୁ ଯୁକ୍ତ୨ ପ୍ରଥମ ବର୍ଷ ପାଠପଢ଼ା, ଇଣ୍ଡକସନ୍ କ୍ଲାସ୍ ନେଇ ଚିଠି
ଭୁବନେଶ୍ୱର : ରାଜ୍ୟରେ ଆଜି ଠାରୁ ଯୁକ୍ତ୨ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ । ଯୁକ୍ତ୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଡକସନ୍ କ୍ଲାସ୍ ନେଇ ଚିଠି । ୨୪ ତାରିଖ ଯାଏଁ ବିଦ୍ୟାଳୟରେ ଇଣ୍ଡକସନ୍ କ୍ଲାସ୍ କରିବାକୁ ଚିଠି ହୋଇଛି । ସବୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷକଙ୍କୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଚିଠି ହୋଇଛି। ଇଣ୍ଡକସନ୍ କ୍ଲାସ୍ରେ ନିର୍ଦ୍ଦିଷ୍ଟ ବିଷୟ ଉପରେ ଗୁରୁତ୍ୱ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି ।
ସ୍ୱାଗତ ସମ୍ଭାଷଣ ସହ ନିଜ ନିଜର ଅନୁଷ୍ଠାନ ସମ୍ବନ୍ଧରେ ପିଲାମାନଙ୍କୁ ଅବଗତ କରିବେ ଅଧ୍ୟକ୍ଷ । ଶିକ୍ଷକମାନେ ପିଲାମାନଙଙ୍କ ଆଗରେ ନିଜ ନିଜକୁ ଉପସ୍ଥାପିତ କରିବେ । ସିଲାବସ୍, ପାଠପଢ଼ା ଓ ପରୀକ୍ଷା ସମ୍ବନ୍ଧରେ ମଧ୍ୟ ପିଲାଙ୍କୁ ବୁଝାଇବାକୁ ପରାମର୍ଶ । ନିୟମ କାନୁନ ସହ ରାଗିଂ ସମ୍ବନ୍ଧରେ ଇଣ୍ଡକସନ୍ କ୍ଲାସ୍ରେ ପିଲାମାନଙ୍କୁ କୁହାଯିବ । ସୂଚନା ଯେ, ଚଳିତ ବର୍ଷ ସାଢ଼େ ୩ ଲକ୍ଷ ପିଲା ନାମ ଲେଖାଇଛନ୍ତି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ପ୍ରଦାନ କରିଥିଲେ ।