ଆଜିଠାରୁ ୟୁଟ୍ୟୁବରେ ପ୍ରଥମରୁ ୮ମ ଶ୍ରେଣୀ ପିଲାଙ୍କ ପାଠପଢ଼ା
ଭୁବନେଶ୍ୱର: ଆଜି ଠାରୁ ୟୁ-ଟ୍ୟୁବ୍ରେ ପାଠ ପଢ଼ିବେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ । ଏଥିପାଇଁ ପଦକ୍ଷେପ ନେବାକୁ ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ ବା ଓସେପା ପକ୍ଷରୁ ସମସ୍ତ ଜିଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ନିର୍ଦ୍ଦେଶ ଅନୁଯାୟୀ, ପ୍ରତି ସପ୍ତାହରେ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ଗୋଟିଏ ଲେଖାଏଁ କ୍ଲାସ ହେବ । ଏହି ପର୍ଯ୍ୟାୟରେ ୟୁ-ଟ୍ୟୁବ୍ ରେ ପଢ଼ା ଯାଇଥିବା ପାଠ ପୁଣିଥରେ ପଢ଼ାଯିବ । ଶିକ୍ଷାଦାନ ପ୍ରଣାଳୀ ଓ ଶ୍ରେଣୀ ଅନୁଯାୟୀ ହ୍ୱାଟ୍ସଆପ ଗ୍ରୁପ୍ ଗଠନ କରାଯିବ । କ୍ଲାସ ହେବାର ପୂର୍ବଦିନ ସନ୍ଧ୍ୟା ୫ଟା ସୁଦ୍ଧା ଛାତ୍ରଛାତ୍ରୀଙ୍କୁ ଲାଇଭ୍ ଷ୍ଟ୍ରିମିଂର ଲିଙ୍କ୍ ଦିଆଯିବ । ଶିକ୍ଷକ-ଶିକ୍ଷୟିତ୍ରୀମାନେ ଏନେଇ ଛାତ୍ରଛାତ୍ରୀଙ୍କୁ ସଚେତନ କରିବେ । ଅଭିଭାବକ ଓ ଗୋଷ୍ଠୀ ସଚେତନତା ମାଧ୍ୟମରେ ୟୁ-ଟ୍ୟୁବ୍ କ୍ଲାସର ଦର୍ଶକଙ୍କ ସଂଖ୍ୟା ବୃଦ୍ଧି ଦିଗରେ ପଦକ୍ଷେପ ନିଆଯିବ । ବିଦ୍ୟାଳୟ ବନ୍ଦ ସମୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ନେଇ ଜିଲା, ବ୍ଲକ, ସିଆରସିସି ଓ ବିଦ୍ୟାଳୟସ୍ତରରେ ପଦକ୍ଷେପ ନିଆଯିବ ।