ଶୁକ୍ରବାର ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ! ଜାଣନ୍ତୁ ସୂତକ କାଳ, ୪ ରାଶି ଉପରେ ଦେଖିବାକୁ ମିଳିବ ସକାରାତ୍ମକ ପ୍ରଭାବ

ଶୁକ୍ରବାର ଲାଗିବାକୁ ଯାଉଛି ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ। ଏହି ଦିନ ବୁଦ୍ଧ ପୂର୍ଣ୍ଣିମା ମଧ୍ୟ ରହଛି। ଅବଶ୍ୟ ଏହା ଏକ ଆଂଶିକ ଚନ୍ଦ୍ର ଗ୍ରହଣ। ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଣକୁ ଅଶୁଭ ବୋଲି ଧରାଯାଏ। ଅବଶ୍ୟ ବିଜ୍ଞାନ ଅନୁଯାୟୀ ଚନ୍ଦ୍ରମା ଏବଂ ସୂର୍ଯ୍ୟ ମଝିରେ ପୃଥିବୀ ଆସିଲେ ଚନ୍ଦ୍ର ଗ୍ରହଣ ହୋଇଥାଏ। ଚନ୍ଦ୍ର ଗ୍ରହଣ ପୂର୍ବର ସମୟକୁ ସୂତକ କାଳ ହୋଇଥାଏ। ଏହି ସମୟରେ କୌଣସି ଶୁଭ କାର୍ଯ୍ୟ କରାଯାଇନଥାଏ।
ସେହିପରି ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହଣ ଲାଗିବା ଦ୍ବାରା ରାଶିମାନଙ୍କ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳେ। ଅନେକ ରାଶିରେ ସକାରାତ୍ମକ ଏବଂ ଅନେକ ରାଶି ଉପରେ ନକାରାତ୍ମକ ପ୍ରଭାବ ଦେଖିବାକୁ ମିଳେ। ତେବେ ଏହି ଚନ୍ଦ୍ର ଗ୍ରହଣ ଦିନ ୪ ରାଶି ଉପରେ ସକାରାତ୍ମକ ପ୍ରଭାବ ଦେଖିବାକୁ ମିଳିବ। ଏହା ହେଉଛି ସିଂହ, ଧନୁ, ମୀନ ଏବଂ ମେଷ।
ସିଂହ ରାଶି: ବର୍ଷର ଚନ୍ଦ୍ର ଗ୍ରହଣ ଦିନ ସିଂହ ରାଶିର ଜାତକଙ୍କ ପାଇଁ ସୁଖ ସମୃଦ୍ଧି ଆଣିବ। ଅଟକିଥିବା କାମ ଖୁବ୍ ଶୀଘ୍ର ସମ୍ପନ୍ନ ହେବ ବଡ଼ ଉପଲବ୍ଧି ହାସଲ ହୋଇପାରେ ଘର ପରିବାରରେ ଆର୍ଥିକ ସଙ୍କଟ ଦୂର ହେବ।
ମେଷ ରାଶି: ମେଷ ରାଶିଙ୍କ ପାଇଁ ଏହି ଚନ୍ଦ୍ର ଗ୍ରହଣ ଶୁଭ ଅବସର ଆଣିବ। ଚାକିରି କ୍ଷେତ୍ରରେ ସୁଯୋଗ ମିଳିବ। ବ୍ୟାପାରରେ ବୃଦ୍ଧି ହେବ।
ମୀନ ରାଶି: ଏହି ରାଶି ଜାତକଙ୍କ ପାଇଁ କ୍ୟାରିୟରରେ ଉଜ୍ଜଳମୟ ରହିଛି। ଘରେ ଅନେକ ଅସୁବିଧାର ଦୂର ହେବ। ଆୟ ବୃଦ୍ଧି ହେବ।
ଧନୁ ରାଶି: ଚନ୍ଦ୍ର ଗ୍ରହଣ ଦିନ ଏହି ରାଶିର ଜାତଙ୍କ ପାଇଁ ଚାକିରି କ୍ଷେତ୍ରରେ ନୂଆ ସୁଯୋଗ ମିଳିବ। ଆୟରେ ବୃଦ୍ଧି ହେବ। ଆର୍ଥିକ ସ୍ଥିତି ମଜବୁତ ହେବ।