ପାଲଟପୁରରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର
ଯାଜପୁର : ଦଶରଥପୁର ବ୍ଲକ ପାଲଟପୁର ପଂଚାୟତ କାର୍ଯ୍ୟାଳୟରେ ଆଜି ମାଗଣା ସ୍ୱାସ୍ଥ୍ୟ ସେବା ଶିବିରର ଆୟୋଜନ କରାଯାଇଥିଲା । ଲକ୍ଷ୍ମୀନାରାୟଣ ସେବା ପ୍ରତିଷ୍ଠାନ ଓ ପାଲଟପୁର ପଞ୍ଚାୟତ ପକ୍ଷରୁ ମିଳିତ ଉଦ୍ୟମରେ ଆୟୋଜନ କରାଯାଇଥିଲା । ଏହି ଶିବିରରେ ପଂଚାୟତର ୧୦୫ ଜଣ ଲୋକ ନିଜର ଚିକିତ୍ସା କରାଇ ମାଗଣାରେ ଔଷଧ ନେଇଥିଲେ । ଲକ୍ଷ୍ମୀନାରାୟଣ ସେବା ପ୍ରତିଷ୍ଠାନ ପକ୍ଷରୁ ଡାକ୍ତର ହରପ୍ରସାଦ ନନ୍ଦ, ନର୍ସ ସୁଚରିତା ମିଶ୍ର, ମୋନାଲିସା ସାହୁ, ପୂର୍ଣ୍ଣମା ସେଠି ପ୍ରମୁଖ ଉପସ୍ଥିତ ରହି ଚିକିତ୍ସିତ କରାଇଥିଲେ । ସରପଂଚ ଲିପିକା ମଲ୍ଲିକ, ନାୟବ ସରପଂଚ ପିତାମ୍ବର ଜେନା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଭରତ ଚନ୍ଦ୍ର ପରିଡା, ପୂର୍ବତନ ସମିତି ସଭ୍ୟ ବିମଳ ମଲ୍ଲିକ, ପିତବାସ ବେହେରା, ନିରଂଜନ ଜେନା, ପୂର୍ଣ୍ଣ ଚନ୍ଦ୍ର ସାହୁ, ସୋମ୍ୟରଂଜନ ବେହେରା, ଚନ୍ଦନ ଜେନା, ପଙ୍କଜ ସ୍ୱାଇଁ, ଦିବାକର ମଲ୍ଲିକ, ଚନ୍ଦ୍ର ଶେଖର ସାହୁ, ବିଜୟ ବେହେରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।