ନୀଳଗିରିରେ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର, ୧୮୯ ରୋଗୀ ଚିକିତ୍ସିତ

ନୀଳଗିରି : ନୀଳଗିରି ବାଲିଗୋହିରି ସ୍ଥିତ ରତ୍ନାକର ଟାଉନ ହାଇସ୍କୁଲ ପରିସରରେ ରବିବାର ଏକ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି । ନୀଳଗିରି ବଣ ଧୂଳିର ଫୁଲ ଓ ପିପୁଲ୍ସ ଆକ୍ସନ ଗ୍ରୁପ୍ ଦ୍ୱାରା ସୁଦୂର ସ୍ୱିଡେନ୍ର ସ୍ୱାସ୍ଥ୍ୟ ବିଶେଷଜ୍ଞ ପ୍ରଫେସର ଡା. ଉର୍ବାନ୍ ରିଢୋଲ୍ମ, ଡା. ବିରଗର ବାଇଲାଣ୍ଡର୍, ପ୍ରଫେସର ଉଲ୍ଲା ମୁ, ପ୍ରବାସୀ ଓଡ଼ିଆ (ସ୍ୱିଡେନ୍ ସ୍ଥିତ) ଡା. ରବିନାରାୟଣ ଦାଶ ଓ ଫକୀରମୋହନ ମେଡିକାଲ କଲେଜର ପ୍ରାକ୍ତନ ଡିନ୍ ପ୍ରଫେସର ଡା. ପ୍ରତାପ କୁମାର ରଥ, ପ୍ରଫେସର ଡା ସିଦ୍ଧାର୍ଥ ପତି, ଡା. ହିତାର୍ଥ ପଟ୍ଟନାୟକଙ୍କ ଦ୍ୱାରା ରୁମାଟୋଲୋଜି, ଅସ୍ଥିଶଲ୍ୟ, ସ୍ନାୟୁ, ଶିରାପ୍ରଶିରା, ଆଣ୍ଠୁଗଣ୍ଠିର ସଫଳ ଚିକିତ୍ସା କରାଯାଇଥିଲା । ମୋଟ୍ ୧୮୯ ରୋଗୀ ପଞ୍ଜିକୃତ ହୋଇ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ଚିକିତ୍ସିତ ହୋଇଥିଲେ ।

ଶିବିରକୁ ବଣଧୂଳିର ଫୁଲର ଅଧ୍ୟକ୍ଷ ବିଜୟ କୁମାର ଆଚାର୍ଯ୍ୟ ଓ ପ୍ରତିଷ୍ଠାତା ବାସନ୍ତୀମଣି ସିଂ, ରତ୍ନାକର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ପଣ୍ଡା, ନୀଳଗିରି ଅବସରପ୍ରାପ୍ତ କର୍ମଚାରୀ ସଂଘର ସମ୍ପାଦକ ମାୟାଧର ମହାନ୍ତି, ସ୍ୱେଛାସେବୀ ଚିତ୍ତରଞ୍ଜନ ପତି, ମାର୍କଣ୍ଡ ବେହେରା, ବିଜୟ ତ୍ରିପାଠୀ, ଡ. ଅକ୍ଷୟ କୁମାର ପାଣିଗ୍ରାହୀ, ସୁବାସିନୀ ଜୀ, ଭାସ୍କର ସାହୁ, ଦେବାନନ୍ଦ ବେହେରା, ସମରେନ୍ଦ୍ର ବାରିକ, ରାଜେନ୍ଦ୍ର ଜେନା, ଶିକ୍ଷୟିତ୍ରୀ ମଧୁସ୍ମିତା ମହାଳିକ, ବରିଷ୍ଠ ପତ୍ରକାର ରବି ରାଉତ, ଜିଲା ରକ୍ତଦାନ ଶିବିରର ସଦସ୍ୟ ବିଜୟ ପାତ୍ର, ନୀଳଗିରି ମହିଳା ଡିଗ୍ରୀ ମହାବିଦ୍ୟାଳୟ ୟୁଥ୍ ରେଡକ୍ରସର ପ୍ରୋଗ୍ରାମ ଅଫିସର ଅଧ୍ୟାପକ ପ୍ରଦୀପ୍ତ କୁମାର ମିଶ୍ର, ୟୁଥ୍ ରେଡକ୍ରସର ସଦସ୍ୟଗଣ ପ୍ରମୁଖ ସହାୟତା ପ୍ରଦାନ କରିଥିଲେ ।