ଭାରତରେ ବ୍ୟାନ୍ ହେଲା ଫ୍ରି ଫାୟାର୍
ନୂଆଦିଲ୍ଲୀ: ଭାରତରେ ବ୍ୟାନ୍ ହେଲା ଫ୍ରି ଫାୟାର୍ । ଜାତୀୟ ନିରାପତ୍ତା ପ୍ରତି ବିପଦ ଆଶଙ୍କା ଥିବାରୁ ଭାରତ ସରକାର ୫୪ଟି ଚାଇନିଜ୍ ମୋବାଇଲ୍ ଆପ୍ (୫୪ ଟି ଚାଇନିଜ୍ ଆପ୍ ବ୍ୟାନ୍) ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଲୋକପ୍ରିୟ ମୋବାଇଲ୍ ଗେମ୍ ଗାରେନା ଫ୍ରି ଫାୟାର୍ ମଧ୍ୟ ନିଷିଦ୍ଧ ଆପ୍ ତାଲିକାରେ ଅନ୍ତର୍ଭୁକ୍ତ । ଏହି ମୋବାଇଲ୍ ଆପ୍ ଆପଲ୍ ପ୍ଲେ ଷ୍ଟୋର ଏବଂ ଗୁଗଲ୍ ପ୍ଲେ ଷ୍ଟୋରରୁ ଅପସାରିତ ହୋଇଛି ।
ଏଠାରେ ଆମେ ଆପଣଙ୍କୁ କହୁଛୁଯେ, ଆପଣ ଗାରେନା ଫ୍ରି ଫାୟାର ବଦଳରେ ଏହି ୫ ଟି ମୋବାଇଲ୍ ଗେମ୍ ଖେଳିପାରିବେ । ଦେଶରେ ପିୟୁବିଜି ମୋବାଇଲ ଏବଂ ପିୟୁବିଜି ମୋବାଇଲ୍ ଲାଇଟ୍ ଉପରେ ନିଷେଧାଦେଶ ପରେ ଫ୍ରି ଫାୟାର ଲୋକପ୍ରୀୟତା ହାସଲ କରିଥିଲା । କିନ୍ତୁ ବର୍ତ୍ତମାନ ଏହା ଭାରତରେ ମଧ୍ୟ ନିଷିଦ୍ଧ ହୋଇଛି । ଖେଳାଳିମାନେ ବର୍ତ୍ତମାନ ଅନ୍ୟ ରୟାଲ ଗେମ୍ ଗୁଡିକ ଖେଳି ପାରିବେ । ଯେଉଁଥିରେ କି ଆପଣଙ୍କୁ ଫ୍ରି ଫାୟାର ଭଳି ସବୁ ସୁବିଧା ଉପଲବ୍ଧ ହେବ । ବିଜିଏମଆଇ କିମ୍ବା ବ୍ୟାଟଲେଗ୍ରାଉଣ୍ଡ ମୋବାଇଲ୍ ଇଣ୍ଡିଆ ମୋବାଇଲ୍ ଇଣ୍ଡିଆ ହେଉଛି ଏକ ଗେମ୍ । ଏହି ଖେଳଟି ପିୟୁବିଜି ମବୋଇଲର ଏକ ରିବ୍ରାଣ୍ଡେଡ୍ ସଂସ୍କରଣ, ଯାହାକି କିଛି ପରିବର୍ତ୍ତନ ସହିତ ଲୋଡ୍ ହୋଇଛି ।
ସୂଚନା ଯେ, ୨୦୨୦ରେ ଭାରତ ସରକାର ମୋଟ ୨୭୦ଟି ଚାଇନା ଆପ୍ କୁ ବ୍ୟାନ୍ ଘୋଷଣା କରିଥିବା ବେଳେ ଏବେ ୨୦୨୨ରେ ଏହା ଭାରତର ପ୍ରଥମ ଡିଜିଟାଲ୍ ଷ୍ଟ୍ରାଇକ୍ । ନିଷେଧ ହେବାକୁ ଥିବା ଚୀନା ଆପ୍ଗୁଡ଼ିକ ମଧ୍ୟରେ ‘ବିୟୁଟି କ୍ୟାମେରା: ସୁଇଟ୍ ସେଲ୍ଫି ଏଚ୍ଡି’, ‘ବିୟୁଟି କ୍ୟାମେରା- ସେଲ୍ଫି କ୍ୟାମେରା’, ‘ଇକ୍ବାଲାଇଜର୍ ଆଣ୍ଡ୍ ବାସ୍ ବୁଷ୍ଟର୍’, ‘କ୍ୟାମ୍କାର୍ଡ ଫର୍ ସେଲ୍ସ୍ ଫୋର୍ସ ଇଏନ୍ଟ୍’. ‘ଆଇସୋଲାଣ୍ଡ୍ ୨: ଆସେସ୍ ଅଫ୍ ଟାଇମ୍ ଲାଇଟ୍’, ‘ଭିଭା ଭିଡିଓ ଏଡିଟର୍’, ‘ଟେନ୍ସେଣ୍ଟ୍ ଚିଭିୟର୍’, ‘ଅନ୍ମିଓଜି ଚେସ୍’, ‘ଅନ୍ଜିଓଜି ଆରେନା’, ‘ଆପ୍ଲକ୍’ ଏବଂ ‘ଡୁଆଲ୍ ସ୍ପେସ୍ ଲାଇଟ୍’ ରହିଛି।