ଆଳିରେ ଶିଆଳ ଆତଙ୍କ, ୨ଦିନରେ ୩୦ ଆହତ

PHIPPSBURG, MAINE -- 2010 -- A fox with a rodent in its mouth pauses after crossing a road in Phippsburg in 2010. Troy R. Bennett | BDN
ଆଳି : କେନ୍ଦ୍ରାପଡା ଜିଲା ଆଳିରେ ଶିଆଳ ଆତଙ୍କ । ୨ଦିନରେ ୩୦ଜଣଙ୍କୁ କାମୁଡିଲାଣି ଶିଆଳ । ଲୋକେ ଘରୁ ବାହରିବାକୁ ଭୟ କରୁଛନ୍ତି । ଘରୁ ବାହାରିଲେ ଠେଙ୍ଗାବାଡି ଧରି ବାହାରୁଛନ୍ତି । ନିଆଳ,ଗୌଡପାଟଣା,ଶାସନ,ଶାଳିଅଞ୍ଚ, ଗୋପାଳଜୀଉ ପାଟଣା ସମେତ ଆଖଣ୍ଡଳମଣି ଯାତ୍ରା କରୁଥିବା ବୋଲବମ ଭକ୍ତଙ୍କ ସମେତ ୩୦ଜଣ ଶିଆଳ କାମୁଡାରେ ଆହତ ହୋଇଛନ୍ତି ।
ଶିଆଳ ଅତର୍କିତ ଭାବେ ଆସି ଆକ୍ରମଣ କରୁଥିବାରୁ ଗାଁ ଗାଁରେ ଆତଙ୍କ ଖେଳି ଯାଇଛି । ଶିଆଳ କାମୁଡ଼ାରେ ଆହତଙ୍କ ପାଇଁ ଆଳି ସ୍ୱାସ୍ଥ୍ୟକେନ୍ଦ୍ରକୁ ପ୍ରତିଷେଧକ ଟୀକା ଯୋଗାଣ କରାଯାଇଛି । ଏହାସହିତ ଶିଆଳଙ୍କ କବଳରୁ ସୁରକ୍ଷା ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।