ଦିଲ୍ଲୀ ହାଇକୋର୍ଟରେ ନିଯୁକ୍ତ ହେଲେ ଚାରି ଜଣ ନୂଆ ବିଚାରପତିି

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଦିଲ୍ଲୀ ହାଇକୋର୍ଟରେ ଚାରିଜଣ ବିଚାରପତିଙ୍କୁ ନିଯୁକ୍ତ କରିଛନ୍ତି । ଏଥିମଧ୍ୟରୁ ତିନିଜଣ ହେଉଛନ୍ତି ଦିଲ୍ଲୀର ନିମ୍ନ ଅଦାଲତର ନ୍ୟାୟିକ ଅଧିକାରୀ । ରାଷ୍ଟ୍ରପତି ସାକେତ୍ କୋର୍ଟ ପ୍ରିନ୍ସିପାଲ୍ ନୀନା ବନସଲ କୃଷ୍ଣ, ରାଉସ୍ ଆଭେନ୍ୟୁ କୋର୍ଟର ପ୍ରିନ୍ସିପ ଡିଷ୍ଟିକ୍ଟ ତଥା ସେସନ୍ସ ଜଜ୍ ସୁଧୀର କୁମାର ଜୈନ, ପଟିଆଲା ହାଉସ କୋର୍ଟର ପ୍ରିନ୍ସିପାଲ ତଥା ଜିଲ୍ଲା ଜଜ୍ ଦୀନେଶ କୁମାର ଶର୍ମା ଏବଂ କେନ୍ଦ୍ର ଆଇନ ସଚିବ ଅନୁପ କୁମାର ମେହେଦ୍ରିତାଙ୍କୁ ଦିଲ୍ଲୀ ହାଇକୋର୍ଟରେ ନିଯୁକ୍ତ କରିଯାଇଛି । କେନ୍ଦ୍ର ଆଇନ ସଚିବ ହେବା ପୂର୍ବରୁ ଅନୁପ କୁମାର ମେହେଦ୍ରାତା ନିମ୍ନ ଅଦାଲତରେ ବିଚାରପତି ହୋଇଛନ୍ତି ।