ଡ୍ରେନେଜ୍ ଗ୍ରିଲରେ ଫସିଲ ଗୋଡ଼, କଟରରେ କାଟି ଶିଶୁକୁ ଉଦ୍ଧାର କଲେ ଅଗ୍ନିଶମ ବିଭାଗ
ବାଲେଶ୍ଵର : ବାଲେଶ୍ଵର ଜିଲା ମୁଖ୍ୟ ଚିକିତ୍ସାଳୟରେ ଏକ ଅଘଟଣ । ଚିକିତ୍ସାଳୟର ପଛ ଗେଟରେ ଥିବା ଡ୍ରେନେଜ୍ ଗ୍ରିଲରେ ଜଣେ ଶିଶୁର ଗୋଡ଼ ଫସି ଯାଇଥିଲା। ଖବରପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ପରେ ଶିଶୁକୁ ଉଦ୍ଧାର କରିଥିଲା ।
ସୂଚନା ଯେ, ଚିକିତ୍ସାଳୟରେ ଚିକିତ୍ସାଧିନ ଥିବା ଜଣେ ରୋଗୀ ସମ୍ପର୍କୀୟଙ୍କ ୭ ବର୍ଷର ଶିଶୁପୁତ୍ର ରାସ୍ତାରେ ଖେଳୁଥିବା ବେଳେ ତାର ଗୋଡ଼ ହଠାତ୍ ଡ୍ରେନେଜ ଗ୍ରିଲ ମଝିରେ ଫସି ଯାଇଥିଲା। ଶିଶୁଟି ସତ ଚେଷ୍ଟା ପରେ ମଧ୍ୟ ସେଠାରୁ ବାହାରି ପାରୁ ନଥିଲା। ପରେ ଯନ୍ତ୍ରଣା ଅନୁଭବ ହେବାରୁ ଜୋରରେ କାନ୍ଦି ଥିଲା । ଏହା ଦେଖି ଘଟଣାସ୍ଥଳରେ ଲୋକେ ରୁଣ୍ଡ ହୋଇଥିଲେ । ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ପାଇପକୁ ହାଇଡ୍ରୋଲିକ କଟରରେ କାଟି ଶିଶୁଟିକୁ ଉଦ୍ଧାର କରିଥିଲେ।