ବିଜେପିରେ ଯୋଗ ଦେଲେ ପୂର୍ବତନ ସାଂସଦ ସଞ୍ଜୟ ଭୋଇ
ପଦ୍ମପୁର : ପୂର୍ବତନ ସାଂସଦ ସଞ୍ଜୟ ଭୋଇ ଗୁରୁବାର କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଛନ୍ତି । ପଦ୍ମପୁରରେ ରାଜ୍ୟ ସଭାପତି ସମୀର ମହାନ୍ତି, କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ବରଗଡ ସାଂସଦ ସୁରେଶ ପୂଜାରୀ ଏବଂ ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର, ପୂର୍ବତନ ରାଜ୍ୟ ସଭାପତି କେଭି ସିଂହଦେଓ ଏବଂ ଜିଲ୍ଲା ସଭାପତି ଅଶ୍ୱିନୀ ଷଡଙ୍ଗୀଙ୍କ ଉପସ୍ଥିତିରେ ସେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡ.କୃପାସିନ୍ଧୁ ଭୋଇଙ୍କର ସୁପୁତ୍ର ଇଂ.ସଞ୍ଜୟ ଭୋଇ ଗତ ୨୦୦୯ ରୁ ୨୦୧୪ପର୍ଯ୍ୟନ୍ତ ସାଂସଦ ଥିଲେ । ପଦମପୁର ସମେତ ବରଗଡ ଜିଲ୍ଲାବାସୀନ୍ଦାଙ୍କ ପାଇଁ ଦିବଂଗତ ଡ. କୃପାସିନ୍ଧୁ ଭୋଇ ଓ ଡ. ମୁରାରୀ ମିଶ୍ରଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ଚିର ସ୍ମରଣୀୟ ହୋଇ ରହିବେ । ଆଜିର ଯୋଗଦାନ ଫଳରେ ଭାରତୀୟ ଜନତା ପାର୍ଟିର ସଂଗଠନ ଆହୁରି ସୁଦୃଢ଼ ହୋଇଛି । ବିଶେଷଭାବେ ଚଳିତ ପଦମପୁର ଉପନିର୍ବାଚନ ଅବସରରେ ଆଜିର ଦିନଟି ଅତ୍ୟନ୍ତ ସ୍ମରଣୀୟ ହୋଇ ରହିବ । ମୋଦି ସରକାରଙ୍କ ଉପରେ ସାଧାରଣ ଜନତାଙ୍କ ଆସ୍ଥା ବୃଦ୍ଧି ପାଇଚାଲିଛି ଏବଂ ଆଗାମୀ ଦିନରେ ଓଡ଼ିଶାରେ ମଧ୍ୟ ଏହା ନିଶ୍ଚିତ ପ୍ରତିଫଳିତ ହେବ ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି । ଏହି ମିଶ୍ରଣ ପର୍ବ ଅବସରରେ ଶ୍ରୀ ଭୋଇ ଏବଂ ଶ୍ରୀମତୀ ମିଶ୍ରଙ୍କୁ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରାଯାଇଥିଲା ।