ଜେଲରୁ ମୁକୁଳିଲେ ପୂର୍ବତନ ଆଇଏଫଏସ୍ ଅଧିକାରୀ ଅଭୟ ପାଠକ
ଭୁବନେଶ୍ୱର : ଦୀର୍ଘ ୬ ମାସ ଧରି ଜେଲରେ ରହିବା ପରେ ଝାରପଡ଼ା ଜେଲରୁ ମୁକୁଳିଛନ୍ତି ଆଇଏଫଏସ୍ ଅଧିକାରୀ ଅଭୟକାନ୍ତ ପାଠକ । ଆୟ ବହିର୍ଭୂତ ସମ୍ପତି ଠୁଳ ମାମଲାରେ ଅଭୟଙ୍କୁ ଗତ ନଭେମ୍ବର ୨୭ ତାରିଖରେ ଗିରଫ କରିଥିଲା ଭିଜିଲାନ୍ସ । ଏହା ବ୍ୟତୀତ ତାଙ୍କ ନାଁରେ ୨ଟି ଠକେଇ ମାମଲା ମଧ୍ୟ ଥିଲା । ଗୁରୁବାର ତୃତୀୟ ମାମଲାରେ ସର୍ତମୂଳକ ଜାମିନ ପ୍ରଦାନ କରିଥିଲେ ଓଡ଼ିଶା ହାଇକୋର୍ଟ । ୨ ଲକ୍ଷ ଟଙ୍କାର ୨ଟି ଜାମିନଦାରଙ୍କ ବଦଳରେ ଜାମିନ ପ୍ରଦାନ କରିଥିଲେ କୋର୍ଟ । ତାଙ୍କ ବିରୋଧରେ ଥିବା ସମସ୍ତ ୩ ମାମଲାରେ ଜାମିନ ପାଇବା ପରେ ଆଜି ଜେଲ୍ ରୁ ବାହାରିଲେ ଅଭୟ ପାଠକ । ତେବେ ତାଙ୍କ ପୁଅ ଆକାଶ ଏବେ ବି ଜେଲ୍ ରେ ଅଛନ୍ତି ।
ଜେଲରୁ ମୁକୁଳିଲେ ବିବାଦୀୟ ପୂର୍ବତନ ଆଇଏଫଏସ୍ ଅଧିକାରୀ ଅଭୟକାନ୍ତ ପାଠକ । ପ୍ରାୟ ୬ ମାସ କାଳ ଜେଲରେ ରହିବା ପରେ ସେ ଆଜି ମୁକୁଳିଛନ୍ତି । ତେବେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା । ଏହାର ଦୀର୍ଘ ଦିନ ପରେ ସେ ଆଜି ଜେଲରୁ ବାହାରକୁ ଆସିଛନ୍ତି । ଗତବର୍ଷ ନଭେମ୍ବର ୨୭ ତାରିଖରେ ଆଇଏଫଏସ୍ ଅଭୟକାନ୍ତ ପାଠକକୁ ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍ ଗିରଫ କରିଥିଲା । ତାଙ୍କ ବିରୋଧରେ ସମ୍ପତ୍ତି ଠୁଳ ଏବଂ ଅନେକ ଥାନାରେ ଏକାଧିକ ଠକେଇ ଅଭିଯୋଗ ରହିଥିଲା । ତେବେ ସମସ୍ତ ମାମଲାରେ ବେଲ ମିଳିବା ପରେ ସେ ଜେଲରୁ ମୁକୁଳିଛନ୍ତି । ସୂଚନା ଯେ, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଅଭୟକାନ୍ତ ପାଠକ ଗିରଫ ହୋଇଥିଲେ । ତାଙ୍କ ପୁଅ ଆକାଶ ପାଠକ ମଧ୍ୟ ଠକେଇ ଅଭିଯୋଗରେ ଗିରଫ ହୋଇଥିଲେ । କ୍ରମେ ଏହି ଠକେଇ ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ସମ୍ପୃକ୍ତ ଥିବା କଥା ସାମ୍ନାକୁ ଆସିଥିଲା । ଯେଉଁ କାରଣରୁ ବିଧାୟକ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ଗିରଫ ହୋଇ ଜେଲରେ ଥିଲେ । ଗତ କିଛି ଦିନ ତଳେ ସେ ମଧ୍ୟ ଜେଲରୁ ମୁକୁଳିଛନ୍ତି ।