ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୁରୁତର ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି
ଭୁବନେଶ୍ୱର : ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୁରୁତର ଅସୁସ୍ଥ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି । ଗୁରୁତର କିଡନୀ ରୋଗରେ ପୀଡିତ ହୋଇଥିବା ସୂଚନା । ଏହାସହ ତାଙ୍କ ବାମ ଆଖିରେ ମଧ୍ୟ ସଂକ୍ରମଣ ହୋଇଥିବା ଜଣାପଡିଛି । ଏହାକୁ ଦୃଷ୍ଟିରେ ରଖି ସେ ବାଚସ୍ପତି, ଓଡିଶା ବିଧାନସଭା ଠାରୁ ଇସ୍ତଫା ଦେଇଛନ୍ତି ଏବଂ ସରକାରଙ୍କ ଆଉ କୈଣସି କାର୍ଯ୍ୟ କରିବାକୁ ମନା କରି ଦେଇଛନ୍ତି।
ଶନିବାର ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ ସୂର୍ଯ୍ୟ ନାରାୟଣ ପାତ୍ର । ଉପବାଚସ୍ପତିଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଥିଲେ । ଅସୁସ୍ଥତା କାରଣରୁ ସେ ବାଚସ୍ପତି ପଦରୁ ଇସ୍ତଫା ଦେଇଥିବା ନେଇ ତାଙ୍କ ପୁଅ ବିପ୍ଳବ ପାତ୍ର ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ଗତ ୧୪ ଦିନ ହେବ ତାଙ୍କର ଚିକିତ୍ସା ଚାଲିଛି । ଗୁରୁତର କିଡନୀ ରୋଗରେ ପୀଡିତ ଅଛନ୍ତି । ଏଥିସହ ତାଙ୍କ ବାମ ଆଖିରେ ଏକ ବଡ ସଂକ୍ରମଣ ରହିଛି । ବର୍ତ୍ତମାନ ସମୟରେ ସେ କୌଣସି ସରକାରୀ ଦାୟିତ୍ବ ନେବାକୁ ଅସମର୍ଥ ଥିବା ପୁଅ ବିପ୍ଳବ ପାତ୍ର କହିଛନ୍ତି ।