ପ୍ରାକ୍ତନ ପ୍ରଶାସନିକ ଅଧିକାରୀଙ୍କ ପିତୃ ବିୟୋଗରେ ଶୋକ
ଖନ୍ତାପଡ଼ା : ସ୍ଥାନୀୟ ମହାରାଜପୁର ପଞ୍ଚାୟତର ସମାଜସେବୀ ୯୦ ବର୍ଷ ବୟସ୍କ କରୁଣାକର ରାଉତଙ୍କର ଜନ୍ମସ୍ଥାନ ବୋଇତାରେ ଦେହାନ୍ତ ହୋଇଯାଇଛି । ଗତ କିଛି ଦିନଧରି ସମାଜସେବୀ ଅସୁସ୍ଥ ଥିବାରୁ ଚିକିତ୍ସିତ ହେଉଥିବାବେଳେ ବାର୍ଦ୍ଧକ୍ୟ ଜନିତ ରୋଗରେ ମୃତ୍ୟୁ ହୋଇଛି । ସମାଜସେବୀଙ୍କ ମୃତ୍ୟୁ ବେଳକୁ ତାଙ୍କର ପୁଅ ବଡପୁଅ଼ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ରତ୍ନାକର ରାଉତ, ୨ ନମ୍ବର ପୁଅ ଦିବାକର ରାଉତ, ଅନ୍ୟ ଏକ ପୁଅ ବାଲେଶ୍ୱର ଶିଶୁ ମଙ୍ଗଳ କମିଟିର ସଦସ୍ୟ ଗଣେଶ୍ୱର ରାଉତ, ଚତୁର୍ଥ ପୁଅ ଶିକ୍ଷାବିତ ମହେଶ୍ୱର ରାଉତ, ସହ ସମସ୍ତ ପରିବାର ବର୍ଗ ସମାଜସେବୀଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଉପସ୍ଥିତ ଥିଲେ । ସମାଜସେବିଙ୍କ ନିଜସ୍ୱ ଗ୍ରାମ ବୋଇତାରେ ମା ଦୁର୍ଗାଦେବୀଙ୍କର ଏକ ମନ୍ଦିର ପ୍ରତିଷ୍ଠା କରି ମୁଖ୍ୟ ଉପାସକ ବନିଯାଇଥିଲେ । ସେ ମଧ୍ୟ ବାଲେଶ୍ୱରରେ ଅନାଥ ଅବହେଳିତ ପିଲା ଓ ପିଡ଼ିତ ମହିଳାଙ୍କ ନିମନ୍ତେ କରୁଣା ଗୈାରୀ ଆଶ୍ରୟସ୍ଥଳ ନିର୍ମାଣ କରି ସେବା କରୁଥିଲେ । ସ୍ତାନୀୟ ଅଞ୍ଚଲରେ ସେ ଥିଲେ ଦରଦୀ ବନ୍ଧୁ ।ସମାଜସେବୀ କରୁଣାକର ରାଉତଙ୍କ ଦେହାନ୍ତ ଖବର ପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ହୋଇ ପୁଷ୍ପାଞଳୀ ପ୍ରଦାନ କରି ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସାନ୍ତ୍ୱନା ଦେଇଥିଲେ । ପରେ ଏକ ଶୋଭାଯାତ୍ରା ସମାଜସେବୀଙ୍କ ମରଶରୀରକୁ ଗ୍ରାମ ପରିକ୍ରମା ପରେ ଶବ ସଂସ୍କାର କରାଯାଇଛି ।