ଇତିହାସରେ ପ୍ରଥମ ଥର ମହାକାଶକୁ ଗଲା ଯୁବରାଜଙ୍କ ଐତିହାସିକ ବ୍ୟାଟ
ନୂଆଦିଲ୍ଲୀ: ଇତିହାସରେ ପ୍ରଥମ ଥର ମହାକାଶକୁ କ୍ରିକେଟ ବ୍ୟାଟକୁ ପ୍ରେରଣ କରାଯାଇଛି। ଭାରତର ପୂର୍ବତନ କ୍ରିକେଟର ଯୁବରାଜ ସିଂଙ୍କ ଐତିହାସିକ ବ୍ୟାଟକୁ ମହାକାଶକୁ ପଠାଯାଇଛି। ଯୁବରାଜଙ୍କ ବ୍ୟାଟ୍ ପୃଥିବୀରୁ ମହାକାଶକୁ ପଠାଯାଇଥିଲା। ମହାକାଶକୁ ଯାଇଥିବା ବ୍ୟାଟରେ ଯୁବରାଜ, ବାଂଲାଦେଶ ବିପକ୍ଷରେ ଢାକାରେ ୨୦୦୩ ଦିନିକିଆରେ ନିଜର ପ୍ରଥମ ଶତକ ହାସଲ କରିଥିଲେ।
ଗତ ସପ୍ତାହରେ ଏସିଆ ଭିତ୍ତିକ ଏନଏଫଟି ମାର୍କେଟ କୋଲେକ୍ସନ୍ ଏବଂ ପୂର୍ବତନ ଭାରତୀୟ କ୍ରିକେଟରଙ୍କ ସହଯୋଗରେ ବ୍ୟାଟକୁ ମହାକାଶକୁ ପଠାଯାଇଥିଲା। ଏନଏଫଟି ପ୍ରଦାନ କରିବାକୁ କମ୍ପାନୀ ଯୁବରାଜଙ୍କ ସହ ସହଭାଗୀତା କରିଛି। ଏହା ବ୍ୟତୀତ ପ୍ରଶଂସକମାନେ ଯୁବରାଜଙ୍କ ବ୍ୟାଟ୍କୁ ମହାକାଶରେ ଦେଖି ଆନନ୍ଦିତ ହୋଇଛନ୍ତି। ଏହା ମହାକାଶକୁ ପଠାଯାଇଥିବା ପ୍ରଥମ ବ୍ୟାଟ୍ ହୋଇପାରିଛି। ଡିସେମ୍ବରର ଶେଷ ସପ୍ତାହରେ ଭିଡିଓଟି କୋଲେକ୍ସନର ଅଫିସିଆଲ୍ ୱେବସାଇଟରେ ଅପଲୋଡ୍ ହେବ।
ଯୁବରାଜ କହିଛନ୍ତି, ମୁଁ ମୋର ପ୍ରଥମ ଏନଏଫଟି ସ୍ପେସ୍ ଯାତ୍ରା କୋଲେକ୍ସନ୍ ଉପରେ ଅଂଶୀଦାର କରିବାକୁ ଉତ୍ସାହିତ। ଏହିପରି ଏକ ନୂତନ ପ୍ଲାଟଫର୍ମରେ ମୋ ପ୍ରଶଂସକଙ୍କ ସହ ଯୋଡି ହେବା ଉତ୍ସାହଜନକ ଏବଂ ମୋର ପ୍ରଥମ ଶତକ କରିଥିବା ବ୍ୟାଟ୍ ସହିତ ମୋର ବହୁ ମୂଲ୍ୟବାନ ଜିନିଷ ବାଣ୍ଟିବାକୁ ଉତ୍ସାହିତ। ସେ କହିଛନ୍ତି, “ମୁଁ ସର୍ବଦା ମୋର ପ୍ରଶଂସକଙ୍କ ନିକଟତର ହେବାକୁ ଚାହେଁ ଏବଂ ମୋର କ୍ରିକେଟ୍ ଯାତ୍ରା ଠାରୁ ଏହି ମୂଲ୍ୟବାନ ଜିନିଷଗୁଡିକ ସେୟାର କରିବାକୁ ସକ୍ଷମ ହୋଇଥିବାରୁ ମୁଁ କୋଲେକ୍ସିଆନ୍ ସହ ଭାଗିଦାରୀ ହୋଇ ଖୁସି ଅଛି।”
ଏନଏଫଟି କ୍ରିକେଟରଙ୍କ ଏକ ୩ଡି ସଂସ୍କରଣ ସହିତ ତାଙ୍କର ପ୍ରିୟ ପ୍ରଶଂସକଙ୍କ ପାଇଁ ଦସ୍ତଖତ କରିଥିବା ପ୍ରଥମ ଶତକୀୟ ବ୍ୟାଟ୍ ମଧ୍ୟ ରହିବ। ଏଥିସହ, ଯୁବରାଜଙ୍କ ସମସ୍ତ ଏନଏଫଟି ପାଇଁ ଏକ ଭର୍ଚୁଆଲ୍ ଏନଏଫଟି ସଂଗ୍ରହାଳୟ ମଧ୍ୟ ସୃଷ୍ଟି ହେବ, ଯେଉଁଠାରେ ତାଙ୍କ ପ୍ରଶଂସକମାନେ ତାଙ୍କ ଜୀବନ ଯାତ୍ରାର ଏକ ଅଂଶ ହୋଇପାରିବେ। ପ୍ଲାଟଫର୍ମରେ କ୍ରିକେଟରଙ୍କ ଦସ୍ତଖତ ହୋଇଥିବା ମର୍ଚାଡାଇଡକୁ ଏନଏଫଟି ଆକାରରେ ପ୍ରଦାନ କରାଯିବ।