ପ୍ରଥମ ଥର ପାଇଁ ଭାରତ ବିରୁଦ୍ଧରେ ଏହି ବଡ଼ ପଦକ୍ଷେପ ନେଲା ଆମେରିକା, ଜାଣନ୍ତୁ କଣ
ୱାଶିଂଟନ : ଆମେରିକାର ଜୋ ବାଇଡେନ ସରକାର ଇରାନ ବିରୋଧରେ କଠୋରତା ପ୍ରଦର୍ଶନ କରି ତା’ ସହ ବ୍ୟବସାୟ କରୁଥିବା ଭାରତ ସମେତ ଅନ୍ୟ ଦେଶକୁ କଡ଼ା ବାର୍ତ୍ତା ଦେଇଛନ୍ତି । ବାସ୍ତବରେ, ଆମେରିକା ଇରାନର ହଜାର ହଜାର କୋଟିର ପେଟ୍ରୋଲିୟମ-ପେଟ୍ରୋଲ କେମିକାଲକୁ ଦକ୍ଷିଣ ଓ ପୂର୍ବ ଏସିଆରେ ବିକ୍ରୟ କରୁଥିବା କମ୍ପାନୀର ଅନ୍ତର୍ଜାତୀୟ ନେଟୱାର୍କ ଉପରେ ପ୍ରତିବନ୍ଧକ ଲଗାଇଛି । ଏହି କମ୍ପାନୀଗୁଡିକରେ ଏକ ଭାରତୀୟ କମ୍ପାନୀ ମଧ୍ୟ ସାମିଲ ଥିବା କୁହାଯାଉଛି । ଇତିହାସରେ ପ୍ରଥମ ଥର ପାଇଁ ଆମେରିକା ଭାରତ ବିରୁଦ୍ଧରେ ଏପରି ପଦକ୍ଷେପ ଗ୍ରହଣ କରିଛି । ଭାରତରେ ଇରାନର ତେଲ ବିକ୍ରିକୁ ନେଇ ଆମେରିକା ପ୍ରଥମ ଥର ପାଇଁ ଏଭଳି ପଦକ୍ଷେପ ନେଇଛି ।
ୟୁକ୍ରେନ ସହିତ ଯୁଦ୍ଧ ମଧ୍ୟରେ ଭାରତ ଋଷରୁ ତେଲ କିଣିବା ନେଇ ଆମେରିକା ଅନେକ ଥର ଅସନ୍ତୋଷ ବ୍ୟକ୍ତ କରିସାରିଛି । ତଥାପି ଭାରତ ବିରୁଦ୍ଧ ଆମେରିକା କିଛି କଡ଼ା ପଦକ୍ଷେପ ଗ୍ରହଣ କରିନାହିଁ । ଆମେରିକାର ଟ୍ରେଜେରୀ ବିଭାଗ କହିଛି ଯେ, ଏହି କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ଇରାନର ସେହି ଦଲାଲ ଓ ୟୁଏଇ, ହଂକଂ ଏବଂ ଭାରତର କିଛି କମ୍ପାନୀକୁ ଟାର୍ଗେଟ କରାଯାଇଛି, ଯିଏ ଇରାନର ତୈଳ ଓ ପେଟ୍ରୋକେମିକାଲ୍ ଉତ୍ପାଦର ଯୋଗାଣ ତଥା ଆର୍ଥିକ କାରବାରକୁ ସୁଗମ କରୁଛନ୍ତି । ଆମେରିକା କହିଛି ଯେ ଯେଉଁ କମ୍ପାନୀଗୁଡିକ ଉପରେ ପ୍ରତିବନ୍ଧକ ଲଗାଯାଇଛି, ସେମାନା ନା କେବଳ ଇରାନୀ ଶିପମେଣ୍ଟର ଉତ୍ସ ଲୁଚାଇବାକୁ ପ୍ରୟାସ କରିଛନ୍ତି ବରଂ ଦୁଇ ପ୍ରତିବନ୍ଧକ ଇରାନୀ ଦଲାଲ କମ୍ପାନୀ Triliance Petrochemical ଓ Persian Gulf Petrochemical Industry Commercial (PGPICC) କୁ ଏସିଆରେ ବିକ୍ରେତାଙ୍କ ପାଇଁ ପୁଣି ଥରେ ସକ୍ରିୟ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।
Treasury for Terrorism and Financial Intelligence ର ଅଣ୍ଡର ସେକ୍ରେଟେରୀ ବ୍ରାଏନ୍ ଇ ନେଲସନ ଏହା ବିଷୟରେ କହିଛନ୍ତି ଯେ, ଇରାନର ବେଆଇନ ତୈଳ ଓ ପେଟ୍ରୋକେମିକାଲ୍ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବାକୁ ଆମେରିକା ପ୍ରତିବଦ୍ଧ । ଆମେରିକା ପ୍ରତିବନ୍ଧକ ସେହି ସମୟ ପର୍ଯ୍ୟନ୍ତ ଜାରି ରଖିବ, ଯେତେ ପର୍ଯ୍ୟନ୍ତ ଇରାନ ପରମାଣୁ ଚୁକ୍ତି କାର୍ଯ୍ୟକାରୀ କରିବାକୁ ମିଳିତ ଭାବେ କାର୍ଯ୍ୟ ନକରିବ । ନେଲସନ କହିଛନ୍ତି ଯେ, ପରମାଣୁ ଚୁକ୍ତିନାମାକୁ ଉଲ୍ଲଂଘନ କରି ଇରାନ ନିଜର ପରମାଣୁ କାର୍ଯ୍ୟକ୍ରମ ଜାରି ରଖିଛି । ତୈଳ ଓ ପେଟ୍ରୋକେମିକାଲ୍ ବିକ୍ରୟ ପାଇଁ ଇରାନ ଉପରେ ମଧ୍ୟ କଟକଣା ଜାରି ରଖିବୁ ।
ଯୁକ୍ତରାଷ୍ଟ୍ର ରାଷ୍ଟ୍ର ଆମେରିକା ତରଫରୁ ନିଷିଦ୍ଧ ହୋଇଥିବା କମ୍ପାନୀଗୁଡିକ ମଧ୍ୟରେ ଭାରତର ଟିବାଲାଜୀ ପେଟ୍ରୋକେମ୍ ପ୍ରାଇଭେଟ ଲିମିଟେଡ୍ ସାମିଲ ରହିଛି । ଏହି ଭାରତୀୟ କମ୍ପାନୀ ଟ୍ରାଇଲିଏନ୍ସ ନାମକ ଏକ କମ୍ପାନୀ ଜରିଆରେ ହଜାର ହଜାର କୋଟି ମୂଲ୍ୟର ପେଟ୍ରୋକେମିକାଲ୍ ଉତ୍ପାଦ କ୍ରୟ କରି ଚାଇନାକୁ ପଠାଇଥାଏ । ଆପଣଙ୍କୁ କହି ରଖୁଛୁ ଯେ ଟ୍ରାଇଲିଏନ୍ସ ହେଉଛି ଏକ ଦଲାଲ କମ୍ପାନୀ ଯାହାକି ଇରାନର ସାମଗ୍ରୀ ବିକ୍ରୟ ପାଇଁ ଅନ୍ୟ ଦେଶର କମ୍ପାନୀଗୁଡିକ ସହିତ କାରବାର କରେ ।