ସପ୍ତମ ଥର ପାଇଁ ପୁରୁଷ ବଲନ୍ ଡି’ଅର୍ ଟ୍ରଫି ଉଠାଇଲେ ଫୁଟବଲର୍ ଲିଓନେଲ ମେସି
ନୂଆଦିଲ୍ଲୀ : ଆର୍ଜେଣ୍ଟିନାର ତାରକା ଫୁଟବଲର୍ ଲିଓନେଲ ମେସି ପୁଣି ଥରେ ବଲନ୍ ଡି’ଅର୍ ପୁରସ୍କାର ଜିତିଛନ୍ତି । ସପ୍ତମ ଥର ପାଇଁ ମେସି ଏହି ପୁରସ୍କାର ଜିତି ରେକର୍ଡ ଜିତିଛନ୍ତି । ୩୪ବର୍ଷୀୟ ମେସି ପର୍ତ୍ତୁଗାଲର ତାରକା ଫୁଟବଲର୍ କ୍ରିଷ୍ଟିଆନୋ ରୋନାଲଡୋ ଏବଂ ବାଇର୍ନ ମ୍ୟୁନିକ୍ ତାରକା ରବର୍ଟ ଲେୱାଣ୍ଡୋସ୍କିଙ୍କୁ ଛାଡି ଏହି ପୁରସ୍କାର ଜିତିଛନ୍ତି ।
ପୁରୁଷ ବଲନ୍ ଡି’ଅର୍ ଟ୍ରଫି ଉଠାଇଲେ ଆର୍ଜେଣ୍ଟିନାର ଫୁଟବଲ ଷ୍ଟାର ଲିଓନେଲ ମେସି। ସପ୍ତମ ଥର ପାଇଁ ଏହି ପୁରସ୍କାର ଜିତି ସେ ରେକର୍ଡ କରିଛନ୍ତି । ୩୪ବର୍ଷୀୟ ମେସି ପର୍ତ୍ତୁଗାଲର ଷ୍ଟାର ଫୁଟବଲର୍ କ୍ରିଷ୍ଟିଆନୋ ରୋନାଲଡୋ ଏବଂ ବାଇର୍ନ ମ୍ୟୁନିକ୍ ତାରକା ରବର୍ଟ ଲେୱାଣ୍ଡୋସ୍କିଙ୍କୁ ପଛରେ ପାକି ଏହି ପୂର୍ଵକ ନିଜ ନାଁରେ କରିଛନ୍ତି । ଏହାପୂର୍ବରୁ, ୨୦୦୯, ୨୦୧୦, ୨୦୧୧, ୨୦୧୨, ୨୦୧୫ ଏବଂ ୨୦୧୯ ରେ ମେସି ବଲନ୍ ଡି’ଅର୍ ପୁରସ୍କାର ଜିତିଥିଲେ । ତାଙ୍କ ଭଳି ଅନ୍ୟ କୌଣସି ଖେଳାଳି ଏତେ ଥର ଏହି ପୁରସ୍କାର ଜିତି ନାହାଁନ୍ତି। ବଲନ୍ ଡି’ଅର୍ ପୁରସ୍କାରଗୁଡିକ ଫ୍ରାନ୍ସର ଫୁଟବଲ୍ ପତ୍ରିକା ବଲନ୍ ଡି’ଅର୍ ଦ୍ୱାରା ପ୍ରଦାନ କରାଯାଇଛି । ଏହି ପୁରସ୍କାର ପ୍ରତିବର୍ଷ କ୍ଲବ ଏବଂ ଜାତୀୟ ଦଳର ଶ୍ରେଷ୍ଠ ପ୍ରଦର୍ଶନକାରୀ ଖେଳାଳିଙ୍କୁ ଦିଆଯାଏ । ଏହା ୧୯୫୬ ମସିହାରେ ଆରମ୍ଭ ହୋଇଥିଲା, ଯେତେବେଳେ ଏହି ପୁରସ୍କାର ପ୍ରଥମ ଥର ପାଇଁ ଷ୍ଟାନଲି ମାଥ୍ୟୁସଙ୍କୁ ଦିଆଯାଇଥିଲା । ସେବେଠାରୁ ଏହାକୁ ପ୍ରତିବର୍ଷ ବେଷ୍ଟ ଫୁଟବଲର ଖେଳାଳି ମାନଙ୍କୁ ଦିଆଯାଉଛି ।