କାର୍ତ୍ତିକ ମାସରେ ପାଳନ କରନ୍ତୁ ଏହି ୭ଟି ନିୟମ, ମିଳିଥାଏ ସୁଖ ସମୃଦ୍ଧି
ହିନ୍ଦୁ ଧର୍ମରେ ଅନୁସାରେ କାର୍ତ୍ତିକ ମାସକୁ ପବିତ୍ର ମାସ ବୋଲି ଧରାଯାଏ । ସେହିପରି ଏହି ମାସର ବିଶେଷ ମହତ୍ତ୍ୱ ରହିଛି। ଏହି ମାସରେ ଯେଉଁ ବ୍ୟକ୍ତି ବ୍ରତ ପାଳନ କରନ୍ତି ଏବଂ ତପ କରନ୍ତି ସେମାନଙ୍କୁ ମୋକ୍ଷ ପ୍ରାପ୍ତି ହୁଏ ବୋଲି ଶାସ୍ତ୍ରରେ କୁହାଯାଇଛି। ଧାର୍ମିକ ବିଶ୍ୱାସ ଅନୁଯାୟୀ, କାର୍ତ୍ତିକ ମାସ ଭଗବାନ ବିଷ୍ଣୁ ଓ ମା’ଲକ୍ଷ୍ମୀଙ୍କୁ ଅତ୍ୟନ୍ତ ପ୍ରିୟ। କାର୍ତ୍ତିକ ମାସରେ ଏହି ୭ଟି ନିୟମ ପାଳନ କରିବା ଉଚିତ। ଏହିସବୁ ନିୟମ ପାଳନ କଲେ ସୁଖ ସମୃଦ୍ଧି ପ୍ରାପ୍ତି ହୋଇଥାଏ। ଜାଣନ୍ତୁ ୭ଟି ନିୟମ କଣ କଣ :
୧. କାର୍ତ୍ତିକ ମାସରେ ତୁଳସୀ ପୂଜା ଓ ତୁଳସୀ ସେବନ କରିବାର ବିଶେଷ ମହତ୍ତ୍ୱ ରହିଛି। କାର୍ତ୍ତିକ ମାସରେ ତୁଳସୀ ଗଛକୁ ପୂଜା କଲେ ସୁଖ ସମୃଦ୍ଧି ପ୍ରାପ୍ତି ହୋଇଥାଏ।
୨. କାର୍ତ୍ତିକ ମାସରେ ଭୂଇଁରେ ଶୋଇବା ଉଚିତ। ଭୂଇଁରେ ଶୋଇଲେ ମନରେ ପବିତ୍ର ବିଚାର ଆସେ ବୋଲି ବିଶ୍ୱାସ ରହିଛି।
୩. କାର୍ତ୍ତିକ ମାସରେ ଶରୀରରେ ତେଲ ଲଗାଯାଏ ନାହିଁ। କାର୍ତ୍ତିକ ମାସରେ କେବଳ ଗୋଟିଏ ଦିନରେ ନରଙ୍କ ଚତୁର୍ଦଶୀ (କାର୍ତ୍ତିକ କୃଷ୍ଣ ଚତୁର୍ଦଶୀ)ରେ ହିଁ ତେଲ ଲଗାଯାଏ।
୪. କାର୍ତ୍ତିକ ମାସରେ ଦୀପ ଦାନ ନିଶ୍ଚୟ କରିବା ଉଚିତ। ଏହାଦ୍ୱାରା ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏହି ମାସରେ ନଦୀ, ପୋଖରୀ ଆଦିରେ ଦୀପ ଦାନ କରାଯାଏ।
୫. କାର୍ତ୍ତିକ ମାସରେ ଖାଦ୍ୟପେୟ ସମ୍ବନ୍ଧୀୟ ନିୟମ ମଧ୍ୟ ରହିଛି ଯାହା ପାଳନ କରିବା ଉଚିତ। ଏହି ମାସରେ ଡାଲି ଖାଇବା ନିଷେଧ ହୋଇଥାଏ। ଏହି ମାସରେ ହାର୍ଡ, ମସୁର, ଚଣା, ମଟର, ସୋରିଷ ଆଦି ଖାଇବା ଉଚିତ ନୁହେଁ।
୬. କାର୍ତ୍ତିକ ମାସରେ ବ୍ରହ୍ମଚର୍ଯ୍ୟ ପାଳନ କରିବା ଉଚିତ। ଏହି ମାସରେ ବ୍ରହ୍ମଚର୍ଯ୍ୟ ପାଳନ ନ କରିବା ଅଶୁଭ ବୋଲି କୁହାଯାଏ।
୭. କାର୍ତ୍ତିକ ମାସରେ ସଂଯମ ରକ୍ଷା କରିବା ଉଚିତ। କୌଣସି ପ୍ରକାର ଝଗଡା ଓ ବିବାଦ ଠାରୁ ଦୁରେଇ ରହିବ ଉଚିତ।
କାର୍ତ୍ତିକ ମାସର ତ୍ରୟୋଦଶୀ, ଚର୍ତୁଦଶୀ ଏବଂ ପୂର୍ଣ୍ଣିମାକୁ ଶାସ୍ତ୍ରରେ ଅତି ପୁଷ୍କରିଣୀ କୁହାଯାଇଛି। ସ୍କନ୍ଧ ପୁରାଣ ଅନୁଯାୟୀ କାର୍ତ୍ତିକ ମାସରେ ଏହି ତିନି ଦିନ ପ୍ରାତଃ ସ୍ନାନ କରିବା ଦ୍ୱାରା ପୁଣ୍ୟ ଫଳ ପ୍ରାପ୍ତି ହୋଇଥାଏ। ଏହି ମାସରେ ଭଗବତ ଗୀତା, ସତ୍ୟନାରାୟଣ ବ୍ରତ କଥା ଏବଂ ଗୀତାପାଠ ବିଷ୍ଣୁ ସହସ୍ର ନାମ ପାଠ ତଥା ‘ ଓଁ ନମୋ ଭଗବତେ ବାସୁଦେବାୟ’ ଜପ କରିବା ଦ୍ୱାରା ପ୍ରାଣୀ ପାପ ମୁକ୍ତ ହୋଇ ଭଗବାନ ବିଷ୍ଣୁଙ୍କ କୃପା ଲାଭ କରିଥାଏ।
ଏହି ମାସରେ ନିରାମିଷ ଏବଂ ବିନା ପିଆଜ ରସୁଣ ଖାଦ୍ୟ ଖାଇବା ପାଇଁ ପରାମର୍ଶ ଦିଆଯାଏ । ସୂର୍ଯ୍ୟ କିରଣରେ ଗାଧୋଇବା ଦ୍ୱାରା ମଧ୍ୟ ଶରୀର ପାଇଁ ଉତ୍ତମ ହୋଇଥାଏ । ଏହି ମାସରେ ଦ୍ୱିପ୍ରହରରେ ମଧ୍ୟ ଶୋଇବାକୁ ମନା କରାଯାଇଛି । ପାରିବାରିକ ଏବଂ ବୈବାହିକ ଜୀବନରେ ତୁଳସୀ ପୂଜା ସବୁଠାରୁ ଉତ୍ତମ ବୋଲି କୁହାଯାଏ । ଏହି ମାସରେ ତୁଳସୀ ଗଛ ଲଗାଇବା ଏବଂ ପୂଜା କରିବାର ସର୍ବଶ୍ରେଷ୍ଠ ମାସ କାର୍ତ୍ତିକ ମାସ ହୋଇଥାଏ । କାର୍ତ୍ତିକ ମାସରେ ସବୁ ଦିନ ଉତ୍ତମ । ପ୍ରତିଦିନ ସକାଳ ଏବଂ ସନ୍ଧ୍ୟାରେ ତୁଳସୀ ଚଉରା ନିକଟରେ ଦୀପ ଲଗାଇ ପାରିବାରିକ ଜୀବନ ସୁଖମୟ ଏବଂ ବୈବାହିତ ଜୀବନ ପାଇଁ ପ୍ରାର୍ଥନା କରନ୍ତୁ ।