ଅନୁସରଣ କରନ୍ତୁ ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି ୪ ନୀତି, ଜୀବନରେ ସମସ୍ତ ସୁଖ ଭୋଗ କରିପାରିବେ
ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆଜି ମଧ୍ୟ ଜୀବିତ ରହିଛି । ଚାଣକ୍ୟଙ୍କର ପ୍ରତ୍ୟେକଟି ବାଣୀ ବ୍ୟକ୍ତିଗତ ଜୀବନ ସହ ସମ୍ବନ୍ଧିତ ରହିଛି । ତାଙ୍କର ଏହି ନୀତିକୁ ପାଳନ କରିବା ଦ୍ୱାରା ପ୍ରତ୍ୟେକଟି ବ୍ୟକ୍ତି ନିଜ ଜୀବନକୁ ସଫଳ କରିପାରିବେ । ଆଚାର୍ଯ୍ୟ ଚାଣକ୍ୟ କହିଥିବା ମୂଲ୍ୟବାନ ୪ଟି ନୀତିକୁ ଅନୁସରଣ କଲେ ଜଣେ ସାଧାରଣ ମଣିଷ ଜୀବନରେ ସମସ୍ତ ସୁଖ ଭୋଗ କରିପାରିବ । ଯାହା ମଣିଷ ଜୀବନରେ ଜୀବନରେ ଗୁରୁତ୍ୱପୂର୍ଣ୍ଣ । ଆଚାର୍ଯ୍ୟ ଚାଣକ୍ୟଙ୍କ ବାଣୀ ଅନୁସାରେ ଦୁନିଆରେ ସବୁଠୁ ମହତ୍ୱପୂର୍ଣ୍ଣ ୪ଟି ଜିନିଷ ରହିଛି । ଏହି ୪ଟି ନୀତି ସହ ଦୁନିଆରେ ଅନ୍ୟସବୁ ଜିନିଷ ମୂଲ୍ୟହୀନ ଅଟେ । ଆସନ୍ତୁ ଜାଣିବା ଆଚାର୍ଯ୍ୟ ଚାଣକ୍ୟଙ୍କ ୪ଟି ନୀତି ଆପଣାଇ ଜଣେ ସାଧାରଣ ଲୋକ କିପରି ଜୀବନରେ ସମସ୍ତ ସୁଖ ଭୋଗକରିପାରିବ ।
ଦାନ :
ଏହି ଦୁନିଆରେ ଦାନକୁ ବଡ଼ କିଛି ଜିନିଷ ନାହିଁ । ଆଚାର୍ଯ୍ୟ ଚାଣକ୍ୟକଙ୍କ କହିବା ଅନୁଯାୟୀ ଭୋଜନ ଏବଂ ପାଣି ଦାନ ଏହି ପୃଥିବୀ ପୃଷ୍ଠରେ ସବୁଠାରୁ ମହାନ ଦାନ ଅଟେ । ଏହି ଦାନ ସହ ଦୁନିଆରେ ଆଉ କିଛି ମୂଲ୍ୟବାନ ନାହିଁ । ଯେଉଁ ମନୁଷ୍ୟ ଭୋକିଲା ଲୋକଙ୍କୁ ଭୋଜନ ଏବଂ ପାଣି ଦାନ ଦେଇଥାଏ, ତାହାଠାରୁ ବଡ଼ ପୂଣ୍ୟ ଆତ୍ମା ଆଉ କେହି ନୁହେଁ ।
ଏକାଦଶୀ ବ୍ରତ :
ଆଚାର୍ଯ୍ୟ ଚାଣକ୍ୟ ହିନ୍ଦୁ ପଞ୍ଚାଙ୍ଗର ଏକାଦଶୀ ତିଥିକୁ ସବୁଠାରୁ ପବିତ୍ର ତିଥି ଭାବେ କହିଛନ୍ତି । ଏକାଦଶୀ ତିଥିରେ ପୂଜା-ବ୍ରତ ଏବଂ ଉପବାସ ରଖିବା ଦ୍ୱାରା ଭଗବାନ ବିଷ୍ଣୁଙ୍କ ଅସୀମ କୃପା ଲାଭ ହୋଇଥାଏ । ଏକାଦଶୀ ତିଥି ଭଗବାନ ବିଷ୍ଣୁଙ୍କ ଅତିପ୍ରିୟ ଅଟେ ।
ଗାୟତ୍ରୀ ମନ୍ତ୍ର :
ଆଚାର୍ଯ୍ୟ ଚାଣକ୍ୟ ବିଶ୍ୱରେ ସବୁଠୁ ଶକ୍ତିଶାଳୀ, ଗାୟତ୍ରୀ ମନ୍ତ୍ରକୁ କହିଛନ୍ତି । ମା’ଆ’ ଗାୟତ୍ରୀଙ୍କୁ ବେଦ ମାତା କୁହାଯାଇଥାଏ । ତାଙ୍କ ଠାରୁ ୪ଟି ବେଦର ଉତ୍ପତି ହୋଇଛି ।
ମା’ ଠାରୁ ବଡ଼ କେହି ନୁହେଁ :
ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ମା’ ଠାରୁ ବଳି ଏହି ଦୁନିଆରେ କେହିନାହିଁ । ମା’ ଠୁ ବଳି କୌଣସି ଦେବତା ନୁହଁନ୍ତି । ନା କୌଣସି ତୀର୍ଥ ଏବଂ ନା କୌଣସି ଗୁରୁ । ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେଉଁ ମଣିଷ ମା’ର ସେବା କରିଥାଏ ତାକୁ ଏଦି ଦୁନିଆରେ କୌଣସି ତୀର୍ଥର ଅବଶ୍ୟକତା ନାହିଁ । ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ଏହି ୪ଟି ନୀତି ଉପରେ ଏକ ଶ୍ଲୋକ ଲେଖିଛନ୍ତି ।
ଚାଣକ୍ୟ ନୀତି ଶ୍ଲୋକ :
“ନାତ୍ରୋଦକ ସମଂ ଦାନଂ ନ ତିଥି ଦ୍ରବାଦସୀ ସମା
ନ ଗାୟତ୍ରା: ପରୋ ମନ୍ତ୍ର ନ ମାତୃଦେବତଂ ପରମ୍”