ଆଜି ଶପଥ ନେବେ ୫ ସୁପ୍ରିମକୋର୍ଟ ବିଚାରପତି
ନୂଆଦିଲ୍ଲୀ : ଆଜି ଶପଥ ନେବେ ୫ ସୁପ୍ରିମକୋର୍ଟ ବିଚାରପତି। ସୁପ୍ରିମକୋର୍ଟର ବିଚାରପତି ଭାବେ ପଦୋନ୍ନତି ପାଇଥିବା ବିଭିନ୍ନ ହାଇକୋର୍ଟର ୫ ଜଣ ବିଚାରପତି ସୋମବାର ଶପଥ ଗ୍ରହଣ କରିବେ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ଓ୍ବାଇ.ଚନ୍ଦ୍ରଚୂଡ଼ ନୂଆ ବିଚାରପତିମାନଙ୍କୁ ଶପଥ ପାଠ କରାଇବେ ।
ସୁପ୍ରିମକୋର୍ଟରେ ୫ ଜଣ ନୂଆ ବିଚାରପତିଙ୍କୁ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଯୁକ୍ତି ଦେଇଥିଲେ । ତେବେ ରାଷ୍ଟ୍ରପତି ଶ୍ରୀମତି ମୁର୍ମୁ ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ ଏହି ୫ ଜଣଙ୍କୁ ବିଚାରପତି ଭାବରେ ନିଯୁକ୍ତି ଦେଇଥିଲେ । ଏହି ୫ ଜଣଙ୍କ ମଧ୍ୟରୁ ୩ ଜଣ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହେବା ବେଳେ ଅନ୍ୟ ୨ ଜଣ ୨ଟି ହାଇକୋର୍ଟର ବିଚାର ପତି ଭାବରେ ନିଯୁକ୍ତି ମିଳିଥିଲା । ରାଜସ୍ଥାନ, ପାଟନା ଓ ମଣିପୁର ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ପଦୋନ୍ନତି କରାଯାଇଥିଲା । ତେବେ ପାଟନା ହୋଇକୋର୍ଟର ଜଷ୍ଟିସ୍ ଅସାନୁଦ୍ଦିନ୍ ଆମାନୁଲ୍ଲା, ଆହ୍ଲାବାଦ ହାଇକୋର୍ଟର ଜଷ୍ଟିସ୍ ମନୋଜ ମିଶ୍ରାଙ୍କୁ ପଦୋନ୍ନତି କରାଯାଇଥିଲା ।