ସମୁଦ୍ରରୁ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର
ରୂପସା : ସମୁଦ୍ର ଭିତରକୁ ମାଛ ଧରିବାକୁ ଯାଇଥିବା ବେଳେ ଜଣେ ମତ୍ସ୍ୟଜୀବୀ ସମୁଦ୍ରରେ ବୁଡ଼ି ଯାଇଥିଲେ । ଫଳରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ମୃତକ ଜଣକ ହେଲେ ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ କଷାଫଳ ଗ୍ରାମର କମଳଲୋଚନ ପାତ୍ର (୫୨) ।
ସେ କିଛିଦିନ ପୂର୍ବରୁ କଷାଫଳ ମୁହାଣ ନିକଟ ସମୁଦ୍ରକୁ ମାଛ ଧରିବାକୁ ଯାଇ ଆଉ ଫେରି ନଥିଲେ । ମଙ୍ଗଳବାର ସମୁଦ୍ର କୂଳରେ ତାଙ୍କ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ସାର୍ଥା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ôଚ ମୃତଦେହ ଜବତ କରିଥିଲେ । ଏ ସଂକ୍ରାନ୍ତରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତ ଦେହ ବ୍ୟବଚ୍ଛେଦ କରାଇଛି । ପୋଲିସ ପକ୍ଷରୁ ଘଟଣାର ଅଧିକ ତଦନ୍ତ ଜାରି ରହିଛି ।