ପ୍ରଥମ ଟି-୨୦! ଟସ ଜିତି ଶ୍ରୀଲଙ୍କାର ବୋଲିଂ ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବା ଭାରତ
ଫେରିଲେ ରବୀନ୍ଦ୍ର ଜାଡେଜା, ଡେବ୍ୟୁ କଲେ ଦୀପକ ହୁଡ୍ଡା
ଲକ୍ଷ୍ନୌ : ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ର ପ୍ରଥମ ମ୍ୟାଚ୍ ଆଜି ଲକ୍ଷ୍ନୌରେ ଖେଳାଯିବ। ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବାକୁ ଥିବା ମ୍ୟାଚ୍ରେ ଟସ୍ ଜିତି ଶ୍ରୀଲଙ୍କା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଆହତ ସମସ୍ୟା କାରଣରୁ ପ୍ରଥମ ଟି-୨୦ରେ ଦଳରୁ ବାଦ୍ ପଡିଛନ୍ତି ଋତୁରାଜ ଗାଏକଓ୍ଵାଡ। ଦୀପକ ହୁଡ୍ଡା ଟି-୨୦ ଅନ୍ତର୍ଜାତୀୟ ପଦାର୍ପଣ କରିଛନ୍ତି। ଦୀର୍ଘ ଦିନ ପରେ ରବୀନ୍ଦ୍ର ଜାଡେଜାଙ୍କ ଦଳକୁ ପ୍ରତ୍ୟାବର୍ତ୍ତନ ଘଟିଛି। ଚୂଡାନ୍ତ ଏକାଦଶରେ ସଞ୍ଜୁ ସାମସନଙ୍କୁ ସ୍ଥାନ ମିଳିଛି। ଭୁବନେଶ୍ଵର କୁମାର ଏବଂ ଯଶପ୍ରୀତ ବୁମରା ଦଳକୁ ଫେରିଛନ୍ତି। ଏହି ମ୍ୟାଚ୍ ଜିତି ସିରିଜରେ ଅଗ୍ରଣୀ ହାସଲ ଲକ୍ଷ୍ୟ ନେଇ ଦୁଇ ଦଳ ପଡିଆକୁ ଓହ୍ଲାଇବେ।
ରୋହିତ ଶର୍ମା ସ୍ଥାୟୀ ଅଧିନାୟକ ଭାବେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜରୁ ଅଭିଯାନ ଆରମ୍ଭ କରିଥିଲେ । ତାଙ୍କ ନେତୃତ୍ୱରେ ଦଳ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଓ ଟି-ଟ୍ୱେଣ୍ଟି ସିରିଜକୁ ମୂଳପୋଛ କରିଥିଲା । ତାଙ୍କ ନିକଟରେ ଆଉ ଏକ ଘରୋଇ ସିରିଜ ହାତେଇବାର ସୁଯୋଗ ରହିଛି । ବିରାଟ କୋହଲି ଓ ରିଷଭ ପନ୍ତଙ୍କୁ ବିଶ୍ରାମ ଦିଆଯାଇଥିବାରୁ ଭାରତ ମଧ୍ୟକ୍ରମରେ ପରୀକ୍ଷା ନିରୀକ୍ଷା କରିବା ନିଶ୍ଚିତ ରହିଛି । ଇଶାନ କିଷନ, ଶ୍ରେୟାସ ଆୟର ଓ ପ୍ରତ୍ୟାବର୍ତ୍ତନ କରିଥିବା ସଞ୍ଜୁ ସାମସନ୍ ଯଥାକ୍ରମେ ୩ରୁ ୫ନଂ ସ୍ଥାନରେ ବ୍ୟାଟିଂ କରିବେ ।
ଭାରତ :
ରୋହିତ ଶର୍ମା(ଅଧିନାୟକ), ଇଶାନ କିଷନ(ଓ୍ଵିକେଟ୍ କିପର), ଶ୍ରେୟସ ଆୟର, ସଞ୍ଜୁ ସାମସନ, ଦୀପକ ହୁଡ୍ଡା, ରବୀନ୍ଦ୍ର ଜାଡେଜା, ଭେଙ୍କଟେଶ ଆୟର, ହର୍ଷଲ ପଟେଲ୍, ଭୁବନେଶ୍ଵର କୁମାର, ଯଶପ୍ରୀତ ବୁମରା ଓ ୟୁଜବେନ୍ଦ୍ର ଚହଲ।
ଶ୍ରୀଲଙ୍କା :
ପାଥୁନ ନିଶଙ୍କା, କମିଲ ମିଶରା, ଚରିଥ ଅସଲଙ୍କା, ଦିନେଶ ଚାନ୍ଦିମାଲ(ଓ୍ଵିକେଟ୍ ରକ୍ଷକ), ଜନିଥ ଲିୟାନାଗେ, ଦାସୁନ ଶନାଙ୍କା(ଅଧିନାୟକ), ଚାମିକା କରୁଣାରତ୍ନେ, ଜେଫରି ଭନ୍ଦରସାୟ, ପ୍ରବୀଣ ଜୟଓ୍ଵିକ୍ରାମା, ଦୁଷ୍ମନ୍ତ ଚମିରା, ଲାହିରୁ କୁମାର।