ରେମୁଣାର ଏନ୍ଏସିର ପ୍ରଥମ ଅଧ୍ୟକ୍ଷା ହେଲେ ବିଜେଡି ପ୍ରାର୍ଥୀନୀ ତନୁଜା
ରେମୁଣା : ବାଲେଶ୍ୱର ଜିଲା ରେମୁଣା ଅଞ୍ଚଳକୁ ପ୍ରଥମଥର ପାଇଁ ବିଜ୍ଞାପିତ ପରିଷତ ଅଞ୍ଚଳ (ଏନ୍ଏସି) ଭାବେ ରାଜ୍ୟସରକାର ଘୋଷଣା କରିବା ପରେ ଚଳିତବର୍ଷ ପ୍ରଥମ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନର ଗଣତି ଶନିବାର ହୋଇଥିବା ବେଳେ ପ୍ରଥମ ଅଧ୍ୟକ୍ଷା ଭାବେ ବିଜେଡି ପ୍ରାର୍ଥୀନୀ ତନୁଜା ଗିରି ୧୧୯୪୦ ଖଣ୍ଡ ଭୋଟ୍ ପାଇ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାଜପା ପ୍ରାର୍ଥୀନୀ ହେମଲତା ସେଠୀଙ୍କ ଠାରୁ ୩୭୧୪ ଖଣ୍ଡ ଅଧିକ ଭୋଟ୍ରେ ବିଜୟୀ ହୋଇଛନ୍ତି ।
ମୋଟ୍ ୧୩ଟି ୱାର୍ଡ଼ରୁ ବିଜେଡିର ୧୦ଟି କାଉନ୍ସିଲର ବିଜୟୀ ହୋଇଥିବା ବେଳେ ଭାଜପାର ୩ଟି କାଉନ୍ସିଲର ବିଜୟୀ ହୋଇଛନ୍ତି ।
୧ନଂ. ୱାର୍ଡ଼ରୁ ବିଜେଡ଼ି ପ୍ରାର୍ଥୀନୀ ସକୁନ୍ତଳା ମିଶ୍ର, ୨ନଂ. ୱାର୍ଡ଼ରୁ ବିଜେଡ଼ି ପ୍ରାର୍ଥୀ ଅଜୟ ଘଡ଼େଇ, ୩ନଂ. ୱାର୍ଡ଼ରୁ ବିଜେଡ଼ି ପ୍ରାର୍ଥୀନୀ ସୁସ୍ମିତା ଦଳେଇ, ୪ନଂ. ୱାର୍ଡ଼ରୁ ଭାଜପା ପ୍ରାର୍ଥୀ ଶିବଶଙ୍କର ରାୟ, ୫ନଂ. ୱାର୍ଡ଼ରୁ ବିଜେଡ଼ି ପ୍ରାର୍ଥୀ ଲକ୍ଷ୍ମୀକାନ୍ତ ଦାସ, ୬ନଂ. ୱାର୍ଡ଼ରୁ ବିଜେଡ଼ି ପ୍ରାର୍ଥୀନୀ ପ୍ରମିଳା ଦାସ, ୭ନଂ. ୱାର୍ଡ଼ରୁ ବିଜେଡ଼ି ପ୍ରାର୍ଥୀ ବିଶ୍ୱଜିତ୍ ଗାୟ, ୮ନଂ. ୱାର୍ଡ଼ରୁ ବିଜେଡ଼ି ପ୍ରାର୍ଥୀନୀ କୁନ୍ତଳା ତରେଇ, ୯ନଂ. ୱାର୍ଡ଼ରୁ ଭାଜପା ପ୍ରାର୍ଥୀନୀ ମିନାକ୍ଷୀ ବେହେରା, ୧୦ନଂ. ୱାର୍ଡ଼ରୁ ବିଜେଡ଼ି ପ୍ରାର୍ଥୀ ଆୟସାନ୍ ଖାନ୍, ୧୧ନଂ. ୱାର୍ଡ଼ରୁ ବିଜେଡ଼ି ପ୍ରାର୍ଥୀନୀ ପାନମଣି ମୁର୍ମୁ, ୧୨ନଂ. ୱାର୍ଡ଼ରୁ ବିଜେଡ଼ି ପ୍ରାର୍ଥୀନୀ ରୁଣୁଲତା ମଣ୍ଡଳ, ୧୩ନଂ. ୱାର୍ଡ଼ରୁ ଭାଜପା ପ୍ରାର୍ଥୀନୀ ହେମବତୀ ବେହେରା ବିଜୟୀ ହୋଇଛନ୍ତି ।