ପଶ୍ଚିମବଙ୍ଗ ହଳଦିଆ ଆଇଓସି ବିଲ୍ଡିଂରେ ଅଗ୍ନିକାଣ୍ଡ : ୩ ମୃତ, ୨୫ ଆହତ
କୋଲକାତା : ପଶ୍ଚିମମବଙ୍ଗର ହଳଦିଆରେ ଥିବା ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ (ଆଇଓସି) ବିଲ୍ଡିଂରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ମଙ୍ଗଳବାର ସନ୍ଧ୍ୟାରେ ନିଆଁ ଲାଗିଯିବା ସହ ବିସ୍ଫୋରଣରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଥିବା ସୂଚନା ରହିଛି ।
ସୂଚନା ଯେ, ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ତାମଲୋକ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେହିପରି ଆହତଙ୍କ ମଧ୍ୟରେ କିଛି ଗୁରୁତର ମଧ୍ୟ ଥିବା ସୂଚନା ଥିବାବେଳେ ସେମାନଙ୍କୁ କୋଲକାତା ରେଫର୍ କରାଯାଇଛି । ତେବେ ବିସ୍ଫୋରଣର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନଥିବାବେଳେ ତଦନ୍ତ ଆରମ୍ଭ ହୋଇଛି ।